ରିୟାଦ: ପ୍ରାୟ ତିନି ମାସର ବିରତି ପରେ ସାଉଦି ଆରବରେ ଶୁକ୍ରବାର ପ୍ରାର୍ଥନା ଆରମ୍ଭ ହୋଇଥିଲା । ଏଥିପାଇଁ ଲୋକେ ନିଜ ମ୍ୟାଟ ଘରୁ ଆଣିବା ସହିତ ସୁରକ୍ଷିଚ ସାମାଜିକ ଦୂରତା ବଜାୟ ରଖୁଥିବା କେତେକ ରାଜ୍ୟ ସଂସ୍ଥାର ଅଧିକାରୀମାନେ ପ୍ରକାଶ କରିଥିଲେ । ହେଲେ ଏହି ନିଷ୍ପତ୍ତିର ଠିକ୍ ଦୁଇ ଦିନ ମଧ୍ୟରେ ଦେଶରେ ପୁଣି କୋରୋନା ଆତଙ୍କ ମୁଣ୍ଡ ଟେକିଥିବା ବେଳେ ମସଜିଦରେ ପ୍ରାର୍ଥନା ପାଇଁ ଅସୁଥିବା ଶ୍ରଦ୍ଧାଳୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏହି ଖବର ଜାଣିବା ପରେ ସରକାର ଦେଶର 39ଟି ମସଜିଦରେ ପୁଣି ତାଲା ପକାଇଛନ୍ତି । ଏହି ନିର୍ଣ୍ଣୟ ଇସଲାମିକ ବ୍ୟାପାର ମନ୍ତ୍ରଣାଳୟ ନେଇଥିବା ଜଣା ପଡିଛି । ଦେଶ ବହୁତ କଷ୍ଟରେ କୋରୋନା ଉପରେ ସାମାନ୍ୟ ନିୟନ୍ତ୍ରଣ ପାଇବାକୁ ଯାଉଥିବା ବେଳେ ମସଜିଦ ଖୋଲିବାରୁ ପୁଣି ବିଗିଡିବାରେ ଲାଗିଛି ପରିସ୍ଥିତି । ଏମିତିରେ ଦେଶରେ ନାଗରିକଙ୍କ ସ୍ବାସ୍ଥ୍ୟକୁ ପ୍ରାଧାନ୍ୟ ଦେଇ ଏପରି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛି ମନ୍ତ୍ରଣାଳୟ ।