ଓଡିଶା

odisha

ବାଗଦାଦରେ ଆମେରିକାର ଏୟାରବେସକୁ ପୁଣି ରକେଟ ମାଡ

ବାଗଦାଦ ଥିବା ଆମେରିକାର ସେନାର ଏୟାରବେସକୁ ଉପରକୁ ପୁଣି ରକେଡ ମାଡ । ଶନିବାର 2ଟି କାଟୁଷ ରକେଡ ମାଡ କରାଯାଇଛି । ଅଧିକ ପଢନ୍ତୁ...

By

Published : Jun 14, 2020, 12:56 PM IST

Published : Jun 14, 2020, 12:56 PM IST

ବାଗଦାଦର ସାମରିକ ବେସ ଉପରକୁ ପୁଣି ରକେଟ ମାଡ
ବାଗଦାଦର ସାମରିକ ବେସ ଉପରକୁ ପୁଣି ରକେଟ ମାଡ

ବାଗଦାଦ: ଇରାକ ରାଜଧାନୀ ବାଗଦାଦ ଥିବା ଆମେରିକାର ସେନାର ଏୟାର ବେସକୁ ଉପରକୁ ପୁଣି ରକେଡ ମାଡ । ଶନିବାର 2ଟି କାଟୁଷ ରକେଟ ମାଡ କରାଯାଇଥିବାବେଳେ ଏଥିରେ କାହାର କ୍ଷୟକ୍ଷତି ହୋଇନାହିଁ । ଏନେଇ ଇରାକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଇରାକ ଯୁଗ୍ମ ଅପରେସନ କମାଣ୍ଡର ଗଣମାଧ୍ୟମକୁ କହିଛନ୍ତି, ଶନିବାର ସନ୍ଧ୍ୟାରେ ଏହି ଦୁଇଟି ରକେଟ୍ ସରକାରୀ ମାଲିକାନା ଶିଳ୍ପ ସୁବିଧା ବାହାରେ ଥିବା ଏକ ଅଞ୍ଚଳରୁ ରକେଟ୍ ଛଡା ଯାଇଥିବାବେଳେ ଏହା ବାଗଦାଦର 20 କିଲୋମିଟର ଉତ୍ତରରେ ଥିବା ଅଲ-ତାଜି କ୍ୟାମ୍ପରେ ଆସି ପଡିଥିଲା ।

ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ଦାୟୀ କରିନାହାଁନ୍ତି । ଇରାକରେ ଆମେରିକାର ସେନା ବାହିନୀର ସାମରିକ ବେସ ଓ ଆମେରିକା ଦୂତବାସ ଉପରେ ବାରମ୍ବାର ମୋର୍ଟାର ଏବଂ ରକେଟ୍ ଆକ୍ରମଣ କରାଯାଉଛି ।

ଆମେରିକା ଓ ଇରାକର ଅଧିକାରୀମାନେ ଏକ ଭିଡିଓ କନଫରେନ୍ସ ଜରିଆରେ ଏକ ରଣନୀତିକ ସଂଳାପ ଅଧିବେଶନ ଆୟୋଜନ କରିବାର ଦୁଇ ଦିନ ପରେ ଏହି ଆକ୍ରମଣ କରାଯାଇଛି । ଯେଉଁଥିରେ ଆମେରିକା ଇରାକରେ ନିଜର ସେନାକୁ ହ୍ରାସ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା ଏବଂ ଦେଶରେ ସ୍ଥାୟୀ ସାମରିକ ଉପସ୍ଥିତି ଖୋଜୁନଥିବା ନେଇ କହିଥିଲା ।

ABOUT THE AUTHOR

...view details