ଜେନିଭା: ସାରା ବିଶ୍ବ ମହାମାରୀର ଯନ୍ତ୍ରଣା ମଧ୍ୟରେ ଛଟପଟ ହେଉଛି । ଯାହାକୁ ନେଇ ଏବେ ସାମାଜିକ ଠାରୁ ଆରମ୍ଭ ଦୈନନ୍ଦିନ ଜୀବନ ବିପନ୍ନ ବିଚ୍ଛିନ୍ନ। ଘ଼ଡିକ ମଧ୍ୟରେ ବଦଳିଯାଇଛି ପରିବେଶ ଓ ପରିସ୍ଥିତି। ଉପାୟଶୂନ୍ୟ ଓ ଉଦବେଗଜନକ ସ୍ଥିତିରେ ବିଶ୍ବସମୂହ। ହେଲେ ଏତେ ବଡ ପରିସ୍ଥିତିର ଉତ୍ତରଦାୟୀ କିଏ ସେ ବିଷୟରେ କୌଣସି ସଠିକ୍ ପ୍ରମାଣ ମିଳିପାରି ନ।ହିଁ । ସମସ୍ତେ ଚୀନକୁ ଦୋଷ ଦେଉଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଚୀନର ଦୋଷକୁ ଘୋଡାଇବାରେ ବ୍ୟସ୍ତ ଥିଲା । ହେଲେ ଦିନେ ଯିଏ ଚୀନ ସପକ୍ଷରେ ଯୁକ୍ତି ବାଢୁଥିଲା ଆଜି ସେ ବି ମାନିଲା । କୋରୋନା ପାଇଁ ଚୀନ ଦାୟୀ ।
ଚୀନର ଉହାନ ମାର୍କେଟ ବା ଓଦା ବଜାର ଭାବେ ପରିଚିତ ଏହି ମାଂସ ମାର୍କେଟରୁ ହିଁ କୋରୋନା ଭାଇରସ ବ୍ୟାପିଛି ବୋଲି ଶେଷରେ ସ୍ବୀକାର କରିଛି ଡବ୍ଲ୍ୟୁଏଚଓ । ହେଲେ ଏଥିପ୍ରତି ଆହୁରି ଗବେଷଣା କରିବାର ଆବଶ୍ୟକ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ।
ଆଜି ବିଶ୍ବର ଏପରି ପରିସ୍ଥିତି ପାଇଁ ସମ୍ପୂର୍ଣ୍ଣ ଭାବେ ଦାୟୀ ଚୀନ୍ । ସଠିକ ସମୟରେ ଏହି ଭାଇରସକୁ ନିଜ ଦେଶରେ ରୋକିବା ବିଫଳ ହେବା ସହ ସାରା ବିଶ୍ବବାସୀଙ୍କୁ ଚୀନ ଅନ୍ଧାରରେ ରଖିଥିଲା । ଯାହାର ପରିଣାମ ଆଜି ଭୟଙ୍କର ରୂପ ନେବା ସହ ବିଶ୍ବବ୍ୟାପୀ ରାଜନୈତକ ଓ ଅର୍ଥନୈତିକ ପୃଷ୍ଟଭୂମି ନିଶ୍ଚିହ୍ନ ହୋଇଗଲାଣି। ହେଲେ ପୂର୍ବରୁ ଚୀନର ସପକ୍ଷରେ ମତ ବାଢୁଥିବା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବର୍ତ୍ତମାନ ପରିସ୍ଥିତିର ଚୀନକୁ ଦୋଷ ଲଦିଛି।