ଲଣ୍ଡନ: ୱିକିଲିକ୍ସ ସଂସ୍ଥାପକ ଜୁଲିଆନ ଅସାଞ୍ଜେଙ୍କୁ ଗିରଫ କରିଛି ବ୍ରିଟେନ ପୋଲିସ । ଆଜି(ଗୁରୁବାର) ଲଣ୍ଡନର ଇକ୍ବାଡୋର ଦୂତାବାସରୁ ତାଙ୍କୁ ଗିରଫ କରାଯାଇଛି । ଜୁଲିୟନ ୨୦୧୨ରୁ ଇଂଲଣ୍ଡରେ ଶରଣାର୍ଥୀ ଭାବେ ରହୁଥିଲେ ।
ୱିକିଲିକ୍ସ ସଂସ୍ଥାପକ ଜୁଲିଆନ ଅସାଞ୍ଜେ ଗିରଫ - England
ୱିକିଲିକ୍ସ ସଂସ୍ଥାପକ ଜୁଲିଆନ ଅସାଞ୍ଜେଙ୍କୁ ଗିରଫ କଲା ବ୍ରିଟେନ ପୋଲିସ । ତାଙ୍କ ବିରୁଦ୍ଧରେ ଯୌନ ଶୋଷଣ ଓ ଦୁଷ୍କର୍ମ ଅଭିଯୋଗ ମଧ୍ୟ ରହିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ସେଠାକାର ମେଟ୍ରୋପଲିଟନ ପୋଲିସ କହିଛି ଯେ, ଜୁଲଆନଙ୍କୁ ଗିରଫ କରାଯାଇଛି । ତାଙ୍କୁ ଅତିଶିଘ୍ର ୱେଷ୍ଟମିନଷ୍ଟର ମାଜିଷ୍ଟ୍ରେଟର ଅଦାଲତରେ ହାଜର କରାଯିବ । ୪୭ ବର୍ଷୀୟ ଜୁଲିଆନଙ୍କ ବିରୁଦ୍ଧରେ ଆମେରିକାର ଗୁପ୍ତ ନଥିପତ୍ର ସାର୍ବଜନୀନ କରିବାର ଅଭିଯୋଗ ରହିଛି ।
ଜୁଲିଆନଙ୍କ ବିରୁଦ୍ଧରେ ଯୌନ ଶୋଷଣ ଓ ଦୁଷ୍କର୍ମର ଅଭିଯୋଗ ମଧ୍ୟ ରହିଛି । ତେଣୁ ସ୍ବିଡେନ ଅଧିକାରୀ ତାଙ୍କୁ ଜେରା କରିବାକୁ ଚାହୁଁଥିଲେ । ମାତ୍ର ଏହାପରେ ସେ ଲଣ୍ଡନ ସ୍ଥିତ ଦୂତାବାସରେ ଶରଣ ନେଇଥିଲେ ।