ଓଡିଶା

odisha

ETV Bharat / international

ଆଇସୋଲେସନରେ WHO ମୁଖ୍ୟ ଟେଡ୍ରୋସ ଗ୍ରେବିୟସ

ସାରା ବିଶ୍ବକୁ କୋରୋନା ସଂକ୍ରମଣ ନେଇ ସଚେତନ କରୁଥିବା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଏବେ ସେଲ୍ଫ ଆଇସୋଲେସନରେ । ଅଧିକ ପଢନ୍ତୁ...

By

Published : Nov 2, 2020, 8:00 AM IST

ଆଇସୋଲେସନରେ ଡବ୍ଲୁଏଚଓ ମୁଖ୍ୟ ଟେଡ୍ରୋସ ଗ୍ରେବିୟସ
ଆଇସୋଲେସନରେ ଡବ୍ଲୁଏଚଓ ମୁଖ୍ୟ ଟେଡ୍ରୋସ ଗ୍ରେବିୟସ

ଜେନିଭା: ସଙ୍ଗରୋଧରେ ଡବ୍ୟୁଏଚଓ ମୁଖ୍ୟ ଟେଡ୍ରୋସ ଗ୍ରେବିୟସ । ସାରା ବିଶ୍ବକୁ କୋରୋନା ସଂକ୍ରମଣ ନେଇ ସଚେତନ କରୁଥିବା ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଏବେ ସେଲ୍ଫ ଆଇସୋଲେସନରେ। ରବିବାର ଏନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି ।

ସାରା ବିଶ୍ବରେ ମହାମାରୀ କୋରୋନାର ତାଣ୍ଡବରେ ଅତିଷ୍ଠ ହୋଇପଡିଛି । ୟୁରୋପରେ ପୁଣି ଥରେ ମହାମାରୀର ଦ୍ବିତୀୟ ଲହରୀ ଆରମ୍ଭ ହୋଇଯାଇଛି । ଏଥିରୁ ବର୍ତ୍ତି ନାହାଁନ୍ତି ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ । କୋଭିଡ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଟେଡ୍ରୋସ ନିଜର ସଙ୍ଗରୋଧ କରିନେଇଛନ୍ତି । ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ କୋରୋନାର କୌଣସି ଲକ୍ଷଣ ଦେଖାଯାଇନାହିଁ ।

ଟେଡ୍ରୋସ ଟ୍ବିଟ କରି କହିଥିଲେ, ସେ ଜଣେ କୋଭିଡ ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିଲେ । ବିନା କୌଣସି ଲକ୍ଷଣ ସହ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି କିନ୍ତୁ ଆଗାମୀ ଦିନରେ ସେ ସଙ୍ଗରୋଧରେ ରହିବେ ।

ଆଇସୋଲେସନରେ ଡବ୍ଲୁଏଚଓ ମୁଖ୍ୟ ଟେଡ୍ରୋସ ଗ୍ରେବିୟସ

ସୂଚନାଯୋଗ୍ୟ, ୟୁରୋପରେ ସପ୍ତାହେ ହେବ କୋରୋନାର ସଂକ୍ରମଣର ଦ୍ବିତୀୟ ପର୍ଯ୍ଯାୟ ଆରମ୍ଭ ହୋଇଯାଇଛି । କିଛି ଦିନ ସଂକ୍ରମଣ ଥମି ଯାଇଥିଲା ହେଲେ ଏବେ ପୁଣି ଥରେ ନୂତନ 15 ଲକ୍ଷ ସଂକ୍ରମିତ ହୋଇଛନ୍ତି । ଯାହାକୁ ନଜରରେ ଫ୍ରାନ୍ସ ଓ ଜର୍ମାନୀରେ ଲକଡାଉନ ଲାଗୁ ହୋଇଛି । ଇଂଲଣ୍ଡରେ ମଧ୍ୟ ମାସିକିଆ ଲକଡାଉନ ଘୋଷଣା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ।

ABOUT THE AUTHOR

...view details