ନୂଆଦିଲ୍ଲୀ: ୟୁକ୍ରେନରେ ଋଷର ଆକ୍ରମଣ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୟୁକ୍ରେନରେ ଏହି ଆକ୍ରମଣ ଯୋଗୁଁ ୧୩୭ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୩୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ସେ କହିଛନ୍ତି ୟୁକ୍ରେନ୍ ଉପରେ ଋଷିଆ କ୍ରୁର ଭାବରେ ଆକ୍ରମଣ କରୁଥିବା ବେଳେ ଶକ୍ତିଶାଳୀ ଦେଶ ଦେଖଣାହାରୀ ପାଲଟିଛନ୍ତି ।
ଶୁକ୍ରବାର ଦେଶକୁ ସମ୍ବୋଧନ କରି ଜେଲେନସ୍କି କହିଛନ୍ତି ଯେ, "ଆଜି ସକାଳୁ ମଧ୍ୟ ଆମେ ଗତକାଲି ଭଳି ଏକୁଟିଆ ନିଜ ରାଜ୍ୟର ରକ୍ଷା କରୁଛୁ । ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଦୂରରେ ରହି କେବଳ ସବୁକିଛି ଦେଖୁଛନ୍ତି । ଗତକାଲି ଋଷ ଉପରେ ସମସ୍ତ ପ୍ରତିବନ୍ଧକ ଲଗାଇବା ପରେ କିଛି ପ୍ରଭାବ ପଡ଼ିଛି କି ? ଆମେ କେବଳ ଆକାଶକୁ ଅନାଇ ନିଜ ମାଟିକୁ ବଞ୍ଚାଇବାକୁ ଚେଷ୍ଟା କରୁଛୁ ।"