ୱାରସ: ପୋଲାଣ୍ଡରେ ଶେଷ ହୋଇଛି ରାଷ୍ଟ୍ରପତି ନିର୍ବାଚନ । କଡାକଡି ସୁରକ୍ଷା ନିୟମ ଓ ସାମାଜିକ ଦୂରତା ବଜାୟ ରଖି ମତଦାନ ହୋଇଥିଲା । ସକାଳ 7ଟାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ରାତି 9ଟାରେ ଶେଷ ହୋଇଛି । ଶାସକ ଦଳର ରାଷ୍ଟ୍ରବାଦୀ ୟୁରୋପିଆନ ରାଷ୍ଟ୍ରବାଦୀଙ୍କ ବିରୋଧରେ ଯିବାରୁ ଏହି ନିର୍ବାଚନ ନେଇ ଘୋଷଣା କରାଯାଇଥିଲା । କୋରୋନା ସଂକ୍ରମଣ ମଧ୍ୟରେ ୟୁରୋପରେ ସମ୍ପର୍ଣ୍ଣ ହୋଇଥିବା ଏହା ପ୍ରଥମ ନିର୍ବାଚନ ପ୍ରକ୍ରିୟା ।
ଚଳିତବର୍ଷ ଆରମ୍ଭରୁ ସଂକ୍ରମଣ ବ୍ୟାପିବାରେ ଲାଗିଥିବାରୁ ନିର୍ବାଚନରେ ସଂକ୍ରମଣର ଆଶଙ୍କା ଦୂର କରିବା ପାଇଁ ପୋଷ୍ଟାଲ ଭୋଟିଂ ବ୍ୟବସ୍ଥା କରାଯିବାର ପ୍ରସ୍ତାବ ରହିଥିଲା । ତଥାପି ସଂକ୍ରମଣର ବର୍ଦ୍ଧିତ ସଂଖ୍ୟାକୁ ଅଣଦେଖା କରି କେବଳ 13,000 ମତଦାତାଙ୍କୁ ଏହି ସୁବିଧା ଯୋଗାଇବା ପାଇଁ ଘୋଷଣା କରାଯାଇଥିଲା । ଶୁକ୍ରବାର ଜାତୀୟ ନିର୍ବାଚନ ଆୟୋଗ ମତଦାନ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ପ୍ରାୟ 30 ମିଲିୟନ ମତଦାତାଙ୍କ ପାଇଁ ମାସ୍କର ବ୍ୟବହାର ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ରହିବ ବୋଲି ସ୍ପଷ୍ଟ କରିଥିଲା ।