ଓଡିଶା

odisha

ETV Bharat / international

ଘନଉଛି ଋଷ-ୟୁକ୍ରେନ ବିବାଦ, ବସିଲା ଜାତିସଂଘର ଗୁରୁତ୍ବପୂର୍ଣ୍ଣ ବୈଠକ - ରାତିରେ ବସୁଛି ଜାତିସଂଘର ଗୁରୁତ୍ବପୂର୍ଣ୍ଣ ବୈଠକ

ଦିନକୁ ଦିନ ଜଟିଳ ହେଉଛି ଋଷିଆ ଓ ୟୁକ୍ରେନ ବିବାଦ । ଋଷିଆ ଓ ୟୁକ୍ରେନ ବିବାଦକୁ ନେଇ ବସିଲା ଜାତିସଂଘ ସାଧାରଣ ପରିଷଦର ସ୍ବତନ୍ତ୍ର ବୈଠକ । ଅଧିକ ପଢନ୍ତୁ

ଜଟିଳ ହେଉଛି ଋଷିଆ ଏବଂ ୟୁକ୍ରେନ ବିବାଦ, ରାତିରେ ବସୁଛି ଜାତିସଂଘର ଗୁରୁତ୍ବପୂର୍ଣ୍ଣ ବୈଠକ
ଜଟିଳ ହେଉଛି ଋଷିଆ ଏବଂ ୟୁକ୍ରେନ ବିବାଦ, ରାତିରେ ବସୁଛି ଜାତିସଂଘର ଗୁରୁତ୍ବପୂର୍ଣ୍ଣ ବୈଠକ

By

Published : Feb 23, 2022, 10:25 PM IST

ନୂଆଦୀଲ୍ଲୀ: ଦିନକୁ ଦିନ ଜଟିଳ ହେଉଛି ଋଷ ଓ ୟୁକ୍ରେନ ବିବାଦ । ଋଷ ଓ ୟୁକ୍ରେନ ବିବାଦକୁ ନେଇ ଆଜି ରାତିରେ ଜାତିସଂଘ ସାଧାରଣ ପରିଷଦର ଏକ ସ୍ବତନ୍ତ୍ର ବୈଠକ ବସିଥିଲା । ତେବେ ଏହି ବୈଠକରେ 'ୟୁକ୍ରେନର ଅସ୍ଥାୟୀ ଭାବରେ ଅଧିକୃତ ଅଞ୍ଚଳରେ ପରିସ୍ଥିତି' ନେଇ ଆଲୋଚନା ହୋଇଥିଲା ।

ଅନ୍ୟପଟେ ବିଟ୍ରେନ ସରକାର ଋଷକୁ ଚେତାବନୀ ଦେବା ସହ ଲାଗିଥିବା କଟକଣାକୁ ଆହୁରି ଅଧିକ କଡା କରାଯିବ ବୋଲି କହିଛି । ସେହିପରି ଯଦି ଋଷ ତାର ସୈନ୍ୟ ପ୍ରତ୍ୟାହାର ନ କରେ ଭ୍ଲାଦିମିର ପୁଟିନ୍‌ଙ୍କ ସହ ଜଡିତ ବିଲେନିୟର ଏବଂ ଅନ୍ୟ କମ୍ପାନୀଙ୍କ ବିରୋଧରେ ଏହି ପ୍ରତିବନ୍ଧକକୁ ଆହୁରି ଦୃଢ କରାଯିବ । ଏପଟେ ଗତକାଲି ବିଟ୍ରେନ ପ୍ରଧାନମନ୍ତ୍ରୀ ବୋରିଷ୍‌ ଜନସନ୍‌ ୫ଟି ଋଷୀୟ ବ୍ୟାଙ୍କ ଓ ରାଷ୍ଟ୍ରପତି ପୁଟିନଙ୍କ ସହ ଜଡିତ ଥିବା ୩ ଜଣ ବିଲେନିୟରଙ୍କ ଆର୍ଥିକ କାରବାର ଉପରେ ବିଟ୍ରେନ୍‌ ସଂସଦରେ କଟକଣା ଲାଗିଥିବା ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details