ନୂଆଦିଲ୍ଲୀ: ସାରା ବିଶ୍ବକୁ ଗ୍ରାସିଛି କୋରୋନା ଭୟ । ଚାରିଆଡେ ତାଲାବନ୍ଦ ଆଉ ଲୋକେ ନିଜ ନିଜ ଘରେ ନଜରବନ୍ଦୀ । ତଥାପି କୋରୋନା ନଜର କରାଳ ରୂପ ଦେଖାଇବାରେ ଟିକେ ହେଲେ ହେଳା କରୁନାହିଁ । ଏମିତିରେ ବିଶ୍ବରେ ଶାନ୍ତି ବଜାୟ ରଖିବା ପାଇଁ ଅଣ୍ଟା ଭିଡିଛି ଜାତିସଂଘ ।
ପୂର୍ବେ ସମସ୍ତ ରାଷ୍ଟ୍ର ମିଳିତ ସହଯୋଗରେ କୋରୋନା ମୁକାବିଲା ପାଇଁ ଜାତିସଂଘ ଆହ୍ବାନ ଦେଇଥିବା ବେଳେ ଏବେ ବିଶ୍ବଶାନ୍ତିକୁ ଗୁରୁତ୍ବ ଦେଇଛି ଜାତିସଂଘ । ଏନେଇ ବୁଧବାର ସୂଚନା ଦେଇ କୁହାଯାଇଛି କି କେତେକ ରାଷ୍ଟ୍ରରେ ଶାନ୍ତିଦୂତ ମାନଙ୍କୁ ଫେରାଇ ଆଣିବା ପାଇଁ ନିଷ୍ପତ୍ତି ନିଆଯାଉଥିବା ବେଳେ ଏବେ ଏହି ନିଷ୍ପତ୍ତିରେ ରୋକ ଲାଗିଛି । ବର୍ତ୍ତମାନ ପରିସ୍ଥିତିରେ ବିଶ୍ବରେ ଶାନ୍ତି ବଜାୟ ରଖିବାର ସବୁଠାରୁ ଅଧିକ ଆବଶ୍ୟକତା ରହିଥିବା କୁହାଯାଇଛି ।