କିଭ:ଦିନକୁ ଦିନ ଗମ୍ଭିର ସ୍ଥିତିରେ ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ । ଯୁଦ୍ଧ ୧୯ ଦିନରେ ଆସି ପହଞ୍ଚିଥିଲେ ମଧ୍ୟ ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡିବାରେ ଲାଗିଛି । ୟୁକ୍ରେନ ଉପରେ ଜାରି ରହିଛି ଋଷର ଘନଘନ ଆକ୍ରମଣ । ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କିଭର ଏକ ହସ୍ପିଟାଲ ଗସ୍ତ କରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତ ସୈନିକଙ୍କ ସହ ଆଲୋଚନା କରିବା ସହ ସମ୍ମାନିତ କରିଛନ୍ତି ।
ଏନେଇ ଗତକାଲି(ରବିବାର) ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜେଲେନସ୍କି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୈନିକଙ୍କ ସହ ଆଲୋଚନାର କିଛି ଫଟୋ ସହ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ୟୁକ୍ରେନ୍ ଯୁଦ୍ଧ ଜିତିଲେ ତାହା ସେମାନଙ୍କ ପାଇଁ ସବୁଠୁ ବଡ଼ ଉପହାର ହେବ ବୋଲି କହିଥିଲେ ୟୁକ୍ରେନ୍ ରାଷ୍ଟ୍ରପତି । ଟ୍ବିଟ ଅନୁସାରେ, ୟୁକ୍ରେନ୍ ଯୁଦ୍ଧ ଜିତିଲେ ତାହା ସେମାନଙ୍କ ପାଇଁ ସବୁଠୁ ବଡ଼ ଉପହାର ହେବ ବୋଲି କହିଥିଲେ ୟୁକ୍ରେନ୍ ରାଷ୍ଟ୍ରପତି ।