ଲଣ୍ଡନ: ଦକ୍ଷିଣ ଲଣ୍ଡନରେ ଛୁରା ମାଡ ଆକ୍ରମଣ ଆତଙ୍କୀ ହମଲା ବୋଲି ପୋଲିସ କହିଛି । ଏହି ଘଟଣାରେ 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 3 ଗୁରୁତର ଆହତ ହୋଇଥିଲେ । ସେପଟେ ଏହା ଆତଙ୍କୀ ହମଲା ଜଣାପଡିବା ପରେ ଦରକାର ପଡିଲେ ଆତଙ୍କବାଦୀ ବିରୋଧରେ ନିୟମରେ ପରିବର୍ତ୍ତନ କରିବେ ବୋଲି କହିଛନ୍ତି ବ୍ରିଟେଶ ପିଏମ ବୋରିସ ଜନସନ ।
ଆତଙ୍କବାଦୀ ବିରୋଧରେ ଦରକାର ପଡିଲେ ପରିବର୍ତ୍ତନ ହେବ ନିୟମ: ବ୍ରିଟିସ ପିଏମ - ଆଇନ ହେବ ପରିବର୍ତ୍ତନ
ବୋରିସ୍ ଜନସନ କହିଛନ୍ତି ଯେ ଯଦି ଏପରି ଘଟଣା ଘଟିବା ବନ୍ଦ କରିବାକୁ ଆମର ଆଇନ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ଆବଶ୍ୟକ, ତେବେ ଆମେ ସେହି ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେବୁ ନାହିଁ । ଅଧିକ ପଢନ୍ତୁ...
ଆତଙ୍କବାଦୀ ଆକ୍ରମଣ ରୋକିବାକୁ ବଦଳିବ ଆଇ
ରବିବାର ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି, ଯେ ଦକ୍ଷିଣ ଇଣ୍ଡନ ସହରରେ ଏକ ଛୁରାମାଡ ଘଟଣାକୁ ପୋଲିସ ଆତଙ୍କବାଦୀ ହମଲା କହିଛି । ଏହା ଶୁଣିବା ପରେ ସେ ଭୟଭୀତ ହେବା ସହ ଅସୁସ୍ଥ ହୋଇପଡିଛନ୍ତି ବୋଲି ବୋରିସ କହିଛନ୍ତି ।
ଆବଶ୍ୟକ ପଡିଲେ ସରକାର ଆତଙ୍କୀ ଆକ୍ରମଣ ବିରୋଧରେ ଆଇନରେ ପରିବର୍ତ୍ତନ କରିବେ ବୋଲି ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି। ପୁନର୍ବାର ଏପରି ଘଟଣାକୁ ରୋକିବା ପାଇଁ ଯଦି ଆମର ଆଇନ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ଆଣିବାକୁ ପଡିବ, ତେବେ ଆମେ ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେବୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଜନସନ ଚେତାଇ ଦେଇଛନ୍ତି ।