ଓଡିଶା

odisha

ETV Bharat / international

ଅକ୍ଟୋବର 15 ସୁଦ୍ଧା ଚୁକ୍ତି ନହେଲେ ବ୍ରେକ୍ସିଟରୁ ଓହରିବ ୟୁକେ - ବ୍ରେକ୍ସିଟ ନେଇ ବୋରିଶଙ୍କ ମନ୍ତବ୍ୟ

ପୋଷ୍ଟ ବ୍ରେକ୍ସିଟ ଆଲୋଚନାକୁ ନେଇ ଦୀର୍ଘ ଦିନ ଧରି ୟୁକେ ଓ ୟୁରୋପିଆନ ୟୁନିଅନ ମଧ୍ୟ ଜାରି ରହିଛି ଟଣା ଓଟରା । ଏମିତିରେ ଆଗାମୀ ସପ୍ତାହ ମଧ୍ୟରେ ବ୍ରେକ୍ସିଟରୁ ୟୁକେ ଓହରିବା ନେଇ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ରବିବାର ସୂଚନା ଦେଇଛନ୍ତି । ଯଦି ଆଗାମୀ ଅକ୍ଟୋବର 15 ସୁଦ୍ଧା କୌଣସି ଚୁକ୍ତି ଆଗକୁ ନ ଆସେ ତେବେ ୟୁକେ ଏହି ପଦକ୍ଷେପ ନେବ ବୋଲି ବୋରିଶ ସ୍ପଷ୍ଟ କରିଛନ୍ତି ।

brexit meet, uk to quit brexit, boris johnson, boris on quiting brexit, brexit latest news, ବ୍ରେକ୍ସିଟ ସମ୍ମିଳନୀ, ବ୍ରେକ୍ସିଟରୁ ଓହରିବ ୟୁକେ, ବୋରିଶ ଜନଶନ, ବ୍ରେକ୍ସିଟ ନେଇ ବୋରିଶଙ୍କ ମନ୍ତବ୍ୟ, ବ୍ରେକ୍ସିଟ ଲାଟେଷ୍ଟ ନ୍ୟୁଜ୍‌
ଅକ୍ଟୋବର 15 ସୁଦ୍ଧା ଚୁକ୍ତି ନହେଲେ ବ୍ରେକ୍ସିଟରୁ ଓହରିବ ୟୁକେ

By

Published : Sep 7, 2020, 12:41 PM IST

ଲଣ୍ଡନ: ପୋଷ୍ଟ ବ୍ରେକ୍ସିଟ ଆଲୋଚନାକୁ ନେଇ ଦୀର୍ଘ ଦିନ ଧରି ୟୁକେ ଓ ୟୁରୋପିଆନ ୟୁନିଅନ ମଧ୍ୟ ଜାରି ରହିଛି ଟଣା ଓଟରା । ଏମିତିରେ ଆଗାମୀ ସପ୍ତାହେ ମଧ୍ୟରେ ବ୍ରେକ୍ସିଟରୁ ୟୁକେ ଓହରିବା ନେଇ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ରବିବାର ସୂଚନା ଦେଇଛନ୍ତି । ଯଦି ଆଗାମୀ ଅକ୍ଟୋବର 15 ସୁଦ୍ଧା କୌଣସି ଚୁକ୍ତି ଆଗକୁ ନ ଆସେ ତେବେ ୟୁକେ ଏହି ପଦକ୍ଷେପ ନେବ ବୋଲି ବୋରିଶ ସ୍ପଷ୍ଟ କରିଛନ୍ତି । ତେବେ ୟୁରୋପିଆନ ୟୁନିୟନ ବର୍ତ୍ତମାନର ସ୍ଥିତି ନେଇ ଯଦି ପୁନଃବିଚାର କରେ ତେବେ ୟୁକେ ନିଜର ନିଷ୍ପତ୍ତି ବଦଳାଇବ ବୋଲି ମଧ୍ୟ ବୋରିଶ ଇଙ୍ଗିତ କରିଛନ୍ତି ।

ଅନ୍ୟପଟେ ୟୁକେର ଏପରି ନିଷ୍ପତ୍ତି ଦେଖି ଏହା ୟୁକେର ବ୍ରେକ୍ସିଟରେ ବିଫଳତା ବୋଲି ଆକ୍ଷେପ କରିଛି ୟୁରୋପିଆନ ୟୁନିଅନ । ସୂଚନା ଅନୁଯାୟୀ ଚଳିତବର୍ଷ ଜାନୁଆରୀ ମାସ 31 ତାରିଖରେ 27ଟି ରାଷ୍ଟ୍ରୀୟ ସଂଘ ୟୁରୋପିଆନ ୟୁନିଅନରୁ ୟୁକେ ଓହରିଥିଲା । ଗତ 40 ବର୍ଷ ଧରି ୟୁକେ ଏହି ସଂଘର ଏକ ଅଂଶ ରହିଥିବା ବେଳେ ଶେଷ 3ରୁ 4 ବର୍ଷର ଚେଷ୍ଟା ପରେ ଶେଷରେ 2020ରେ ୟୁକେ ଏଥିରୁ ଓହରିଥିଲା । ୟୁକେର ଏହି ନିଷ୍ପତ୍ତି ରାଜନୈତିକ ଝଡ ସୃଷ୍ଟି କରିଥିବା ବେଳେ ସଂଘରୁ ଓହରିବା ପୂର୍ବରୁ ୟୁକେକୁ 11 ମାସ ଟ୍ରାଞ୍ଜିସନ ପିରିୟଡରେ ରହିବାକୁ ହେବ ବୋଲି ଚୂଡାନ୍ତ ହୋଇଥିଲା । ଯାହା ଡିସେମ୍ବର ମାସରେ ଶେଷ ହେବାକୁ ଯାଉଛି ।

ଏହି ନିଷ୍ପତ୍ତି ଆଧାରରେ ଆସନ୍ତା ବର୍ଷ ଆରମ୍ଭରୁ ୟୁକେକୁ ଅନେକ ଅର୍ଥନୈତିକ ଓ ବ୍ୟବସାୟିକ ପ୍ରତିବନ୍ଧକ ଦେଇ ଗତି କରିବାକୁ ହେବ ବୋଲି ସ୍ପଷ୍ଟ ହୋଇଛି । ହେଲେ ଏସମସ୍ତ ବାଧା ବିଘ୍ନ ସତ୍ତ୍ବେ ୟୁକେର ବିକାଶରେ ବାଧା ସୃଷ୍ଟି ହେବ ନାହିଁ ବୋଲି ବୋରିଶ ଦୃଢୋକ୍ତି ଦେଇଛନ୍ତି । ସେପଟେ ଏନେଇ ବ୍ରିଟିଶ ମୁଖ୍ୟ ବାର୍ତ୍ତାବହକ ଡେଭିଡ ଫ୍ରୋଷ୍ଟ ଓ ତାଙ୍କର ୟୁରୋପିଆନ ୟୁନିଅନ ପ୍ରତିଦ୍ବନ୍ଦୀ ମିସେଲ ବାର୍ଣ୍ଣିଅର ଆସନ୍ତା ମଙ୍ଗଳବାର ଏସମ୍ପର୍କରେ ଲଣ୍ଡନରେ ଆଲୋଚନା କରିବା ନେଇ ସ୍ପଷ୍ଟ ହୋଇଛି ।

ବାର୍ଣ୍ଣିଅରଙ୍କ କହିବା ଅନୁଯାୟୀ ଗତ ସପ୍ତାହ ସମ୍ପୃକ୍ତ ସ୍ଥିତିକୁ ନେଇ ସେ ଚିନ୍ତିତ ଥିଲେ । ଏନେଇ ୟୁକେ ସଠିକ୍‌ ଭାବେ ଯୁରୋପିଆନ ୟୁନିଅନ ସହ ସ୍ଥିତି ସୁଧାରିବା ଦିଗରେ କାର୍ଯ୍ୟ କରିନାହିଁ ବୋଲି ସେ ମତ ଦେଇଛନ୍ତି । ସେପଟେ ବୋରିଶଙ୍କ ଏପରି ନିଷ୍ପତ୍ତିକୁ ନେଇ ଆଇରିସ ବୈଦେଶିକ ମନ୍ତ୍ରୀ ସିମୋନ କୋଭେନି ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି ଏହା ଏକ ତରବରିଆ ନିଷ୍ପତ୍ତି । ଯାହାର ପରିଣାମ ଆଗକୁ ୟୁକେକୁ ଭୋକିବାକୁ ପଡିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।

ତେବେ ଏହି ମାମଲାରେ ୟୁରୋପିଆନ ୟୁନିଅନ ନଭେମ୍ବର ପର୍ଯ୍ୟନ୍ତ ସମୟ ମାଗିଥିବା ବେଳେ ବୋରିଶ କିନ୍ତୁ ଅକ୍ଟୋବର 15କୁ ତାରିଖ ଯାଏଁ ଅବଧି ଘୋଷଣା କରିଛନ୍ତି । ସେ କହିଛନ୍ତି କି ଅକ୍ଟୋବର 15 ସୁଦ୍ଧା ଯଦି ୟୁରୋପିଆନ ୟୁନିଅନରେ ଏହାର କୌଣସି ସମାଧାନ କରାନଯାଏ ତେବେ ଆଗକୁ ଏହି ସମ୍ପର୍କର କୌଣସି ଭବିଷ୍ୟତ ରହିବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details