ଲଣ୍ଡନ: ନିକଟରେ 400ମିଲୟନ ଡଲାର ବିନିଯୋଗରେ ଜିଆଇଏଫ-ଶେୟାରିଂ ସର୍ଭିସ ବା ଜିଫି ଅଧିଗ୍ରହଣ କରିଛି ଫେସବୁକ । ଏହାକୁ ନିଜ ଅଧିକୃତ ଇନଷ୍ଟାଗ୍ରାମରେ ବ୍ୟବହାର ପାଇଁ କମ୍ପାନୀ ସ୍ପଷ୍ଟ କରିଥିଲା । ହେଲେ ଏହି ଅର୍ଥ ବିନିଯୋଗ ପଛର ସତ୍ୟତା ଜାଣିବା ପାଇଁ ସନ୍ଦେହ ପ୍ରକାଶ କରିଛି ୟୁକେ ଆଣ୍ଟିଟ୍ରଷ୍ଟ ୱାଚଡଗ୍ । ତେଣୁ ଫେସବୁକର ଏହି ଜିଫି ଅଧିଗ୍ରହଣକୁ ନେଇ ୟୁକେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବ ବୋଲି ଶୁକ୍ରବାର ସୂଚନା ଦେଇଥିଲା ।
ଫେସବୁକ ଅଧିକୃତ ଏହି ଜିଫି ସର୍ଭିସ ନା ଯେ କେବଳ ଇନଷ୍ଟାଗ୍ରାମରେ ବ୍ୟବହାର ହେଉଛି ବରଂ ଏହା ଫେସବୁକର ମୁଖ୍ୟ ପେଜରେ ମଧ୍ୟ ବ୍ୟବହାର ହେଉଛି । ହେଲେ ଫେସବୁକ ଏହା ପଛରେ ବିନିଯୋଗ କରିଥିବା ଅର୍ଥରାଶିକୁ ନେଇ ତଦନ୍ତ କରିବା ପାଇଁ ସୂଚନା ଦେଇଛି ୟୁକେ କମ୍ପିଟିସନ ଆଣ୍ଡ ମାର୍କେଟ୍ସ ଅଥରିଟି (ସିଏମଏ) । ଏହି ତଦନ୍ତ ଦ୍ବାରା ଫେସବୁକର ଅର୍ଥ ବିନିଯୋଗ ଟେକ୍ନୋଲୋଜି ବଜାରରେ କିପରି ପ୍ରଭାବ ପକାଇବ ତାହା ଜଣା ପଡିବ ବୋଲି ସିଏମଏ ସ୍ପଷ୍ଟ କରିଛି ।