ଲଣ୍ଡନ: ବ୍ରିଟେନକୁ ପଠାଗଲା 3 ମିଲିୟନ ପାରାସିଟାମଲ ପ୍ୟାକେଟ । ରପ୍ତାନୀ ଉପରେ କଟକଣା ହଟାଯିବାର 48 ଘଣ୍ଟା ମଧ୍ୟରେ ଭାରତ ପକ୍ଷରୁ ଏହି ଔଷଧକୁ ପଠାଯାଇଛି । ରବିବାର ବ୍ରିଟେନରେ ପହଞ୍ଚିବ । ଯାହାକୁ ନେଇ ଭାରତ ସରକାରଙ୍କୁ ବ୍ରିଟେନ ସରକାର କୃତଜ୍ଞତା ଜଣାଇଛନ୍ତି ।
ବ୍ରିଟେନକୁ 3 ମିଲିୟନ ପାରାସିଟାମଲ ପଠାଇଲା ଭାରତ - covid-19
ବିଶ୍ବ ମହାମାରୀ କବଳରୁ ବିଶ୍ବବାସୀଙ୍କୁ ଉଦ୍ଧାର କରିବାକୁ ଭାରତ ପକ୍ଷରୁ ଜାରି ରହିଛି ପ୍ରୟାସ । ଆମେରିକା, ଇସ୍ରାଏଲ ଭଲି ଦେଶକୁ ହାଇଡ୍ରୋକ୍ସି-କ୍ଲୋରକୁଇନ ପଠାଇବା ପରେ ବ୍ରିଟନକୁ ପଠାଗଲା ପାରାସିଟାମଲ ଔଷଧ । ଅଧିକ ପଢନ୍ତୁ...

ବ୍ରିଟେନକୁ 3 ମିଲିୟନ ପାରାସିଟାମଲ ପଠାଇଲା ଭାରତ
ବ୍ରିଟେନ ମନ୍ତ୍ରୀ ଲର୍ଡ ତାରିକ ଅହମ୍ମଦ କହିଛନ୍ତି ଯେ, ଏହି ଅଦ୍ୱିତୀୟ ବିଶ୍ୱ ସଙ୍କଟ ମଧ୍ୟରେ ଉଭୟ ଦେଶ କାର୍ଯ୍ୟ କରୁଥିବା ସହଯୋଗର ପ୍ରତୀକ ଅଟେ। COVID-19 ବିପଦକୁ ମୁକାବିଲା କରିବା ପାଇଁ ବ୍ରିଟେନ ଏବଂ ଭାରତ ଘନିଷ୍ଠ ସହଭାଗିତାରେ କାର୍ଯ୍ୟ ଜାରି ରଖିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଔଷଧକୁ ପଠାଇଥିବାରୁ ବ୍ରିଟେନ ସରକାରଙ୍କ ତରଫରୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ଅହମ୍ମଦ ।
ସୂଚନାଯୋଗ୍ୟ ଏହା ପୂର୍ବରୁ ଭାରତ ଆମେରିକା, ବ୍ରାଜିଲ, ଇସ୍ରାଏଲ ଭଳି ଦେଶକୁ ହାଇଡ୍ରାକ୍ସିକ୍ଲୋରକୁଇନକୁ ପଠାଯାଇଛି । ଯାହା ବର୍ତ୍ତମାନ ସମୟରେ କୋରୋନା ପାଇଁ ସଞ୍ଜିବନୀ ସାଜିଛି ।