ଲଣ୍ଡନ: ୟୁକେରେ ବିଦେଶୀ ଅପରାଧିଙ୍କ ପାଇଁ ଘୋଷଣା ହୋଇଛି ନୂଆ ନିୟମ । ଏନେଇ ଗୃହ ସଚିବ ପ୍ରୀତି ପଟେଲ ସ୍ପଷ୍ଟ କରିଛନ୍ତି । ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ପାଇଁ ଜେଲ ଦଣ୍ଡାଦେଶ ହୋଇଥିବା ଅପରାଧିମାନଙ୍କୁ ୟୁକେରେ ପ୍ରବେଶ ଉପରେ କଟକଣା ଲଗାଯିବା ନେଇ ପ୍ରୀତି ସ୍ପଷ୍ଟ କରିଛନ୍ତି । ଇମିଗ୍ରେସନ ନେଇ ୟୁକେରେ କିଛି ନିୟମର ସଂଶୋଧନ କରାଯାଇଥିବା ବେଳେ ଏନେଇ ବିସ୍ତୃତ ଭାବେ ପ୍ରୀତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଏହି ନୂଆ ଘୋଷଣା ଅନୁଯାୟୀ ଦେଶର ମନ୍ତ୍ରୀମାନଙ୍କୁ ବିଦେଶୀ ଅପରାଧୀଙ୍କୁ ବିଭିନ୍ନ କାର୍ଯ୍ୟକଳାପ ବାଦ ଦେବା ସହ ଦେଶରେ ପ୍ରବେଶ ପାଇଁ କଟକଣା ଲାଗୁ କରିପାରିବାର ଅଧିକାର ପ୍ରଦାନ କରାଯିବ । ସେପଟେ ଅଧିକାରୀମାନେ ଚାହିଁଲେ ଲଗାତାର ଅପରାଧିକ କାର୍ଯ୍ୟ ଯଥା ପକେଟମାର ଓ ଚୋରି ବା ଡକାୟତିରେ ଲିପ୍ତ ରହିଥିବା ଅପରାଧିଙ୍କୁ ଦେଲ ପଠାଇପାରିବାର କ୍ଷମତା ଦିଆଯିବ । ଏଥିପାଇଁ ସମ୍ପୃକ୍ତ ଅପରାଧିମାନେ ଏକ ବର୍ଷରୁ କମ ଜେଲ ଦଣ୍ଡାଦେଶ ପାଇଥିଲେ ସୁଦ୍ଧା ସେମାନଙ୍କୁ ପୁନର୍ବାର ଦଣ୍ଡାଦେଶ ଦିଆଯାଇପାରିବା ନେଇ ସ୍ପଷ୍ଟ ହୋଇଛି ।