ଲଣ୍ଡନ: କୋଭିଡ -19 କାରଣରୁ ଯାତ୍ରା ଉପରେ ଲାଗିଥିବା ପ୍ରତିବନ୍ଧକକୁ କୋହଳ କଲା ବ୍ରିଟେନ । ‘ରେଡ’ ରୁ ‘ଅମ୍ବର’ତାଲିକାକୁ ଆସିଲା ଭାରତ । ଫଳରେ ଭାରତରୁ ଆସୁଥିବା ଯାତ୍ରୀମାନେ, ଯେଉଁମାନେ ସମ୍ପୂର୍ଣ୍ଣ ଟୀକାକରଣ କରିସାରିଛନ୍ତି, ସେମାନଙ୍କୁ ଆଉ 10 ଦିନ ହୋଟେଲରେ ଅଲଗା ରହିବାକୁ ପଡ଼ିବ ନାହିଁ । ଆନ୍ତର୍ଜାତୀୟ ଭ୍ରମଣ ପାଇଁ ବ୍ରିଟେନର 'ଟ୍ରାଫିକ୍ ଲାଇଟ୍ ସିଷ୍ଟମ୍' ଅଧୀନରେ, 'ଅମ୍ବର' ତାଲିକା ଦେଶରୁ ଆସୁଥିବା ଲୋକଙ୍କୁ 10 ଦିନ ହୋମ ଆଇସୋଲେସନରେ ରହିବାକୁ ପଡିବ । ପରିବହନ ବିଭାଗ ଦ୍ବାରା ଜାରି ଏହି ପରିବର୍ତ୍ତନ ସ୍ଥାନୀୟ ସମୟ ରବିବାର ସକାଳ 4 ଟାରୁ କାର୍ଯ୍ୟକାରୀ ହେବ।
ଯାତ୍ରା ପ୍ରତିବନ୍ଧକକୁ କୋହଳ କଲା ବ୍ରିଟେନ - UK Relaxes Covid Travel curbs for india
କୋଭିଡ -19 କାରଣରୁ ଯାତ୍ରା ଉପରେ ଲାଗିଥିବା ପ୍ରତିବନ୍ଧକକୁ କୋହଳ କଲା ବ୍ରିଟେନ । ‘ରେଡ’ ରୁ ‘ଅମ୍ବର’ତାଲିକାକୁ ଆସିଲା ଭାରତ । ଫଳରେ ଭାରତରୁ ଆସୁଥିବା ଯାତ୍ରୀମାନେ, ଯେଉଁମାନେ ସମ୍ପୂର୍ଣ୍ଣ ଟୀକାକରଣ କରିସାରିଛନ୍ତି, ସେମାନଙ୍କୁ ଆଉ 10 ଦିନ ହୋଟେଲରେ ଅଲଗା ରହିବାକୁ ପଡ଼ିବ ନାହିଁ । ଅଧିକ ପଢନ୍ତୁ...
ବ୍ରିଟେନର ପରିବହନ ମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, UAE, କତାର, ଭାରତ ଏବଂ ବାହାରିନକୁ 'ରେଡ୍' ତାଲିକାରୁ ହଟାଇ 'ଅମ୍ବର' ତାଲିକାରେ ରଖାଯାଇଛି। ଏହି ସମସ୍ତ ପରିବର୍ତ୍ତନ ଅଗଷ୍ଟ 8 ରେ ସକାଳ 4 ଟାରୁ କାର୍ଯ୍ୟକାରୀ ହେବ । ତଥାପି, ଆମକୁ ସତର୍କ ରହିବା ଆବଶ୍ୟକ । ଆମର ସଫଳ ଘରୋଇ ଟୀକାକରଣ ଅଭିଯାନ ଯୋଗୁଁ ପରିବାର, ବନ୍ଧୁ ଏବଂ ବ୍ୟବସାୟ ସହିତ ସଂଯୋଗ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ବିଶ୍ୱରେ ଅଧିକ ଗନ୍ତବ୍ୟସ୍ଥଳ ଖୋଲିବା, ଏହା ଆମ ପାଇଁ ଏକ ବଡ଼ ଏବଂ ଖୁସି ଖବର ବୋଲି ସେ କହିଛନ୍ତି ।
ଦେଶର ନିୟମ ଅନୁଯାୟୀ, 'ଅମ୍ବର' ତାଲିକାରେ ଥିବା ଦେଶରୁ ଯାତ୍ରୀମାନେ ସେମାନଙ୍କ ଯିବାର ତିନି ଦିନ ପୂର୍ବରୁ ଏକ COVID-19 ପରୀକ୍ଷା କରିବା ଆବଶ୍ୟକ ଏବଂ ଇଂଲଣ୍ଡରେ ପହଞ୍ଚିବା ପୂର୍ବରୁ ଦୁଇଟି COVID-19 ପରୀକ୍ଷାର 'ବୁକିଂ' କରିବା ଉଚିତ୍। ଏହାସହ ପାସେଞ୍ଜର ଲୋକେଟର୍ ଫର୍ମ 'ପୂରଣ କରିବାକୁ ପଡିବ । ଏବଂ ସେହି ଯାତ୍ରୀମାନଙ୍କୁ ଘରେ କିମ୍ବା ଅନ୍ୟ କୌଣସି ସ୍ଥାନରେ 10 ଦିନ ପାଇଁ ଅଲଗା ରହିବାକୁ ପଡିବ। ବ୍ରିଟେନରେ 18 ବର୍ଷରୁ କମ୍ ବୟସର ବ୍ୟକ୍ତି କିମ୍ବା ଯେଉଁମାନେ ବ୍ରିଟେନରେ ସଂପୂର୍ଣ୍ଣ ଟୀକାକରଣ କରିଛନ୍ତି, କିମ୍ବା ଯେଉଁମାନେ ୟୁଏଇ ଏବଂ ଆମେରିକାରେ ଆଣ୍ଟି-କୋଭିଡ୍ -19 ଟିକାର ଦୁଇ ଡୋଜ ଗ୍ରହଣ କରିଛନ୍ତି, ସେମାନଙ୍କୁ 10 ଦିନ ପାଇଁ ଅଲଗା କରିବାର ଆବଶ୍ୟକତା ନାହିଁ ।