ଇଂଲଣ୍ଡ: ସମଗ୍ର ବିଶ୍ବରେ ହାହାକାର ଖେଳାଇଛି କୋରୋନା ଭାଇରସ । ଏହି କ୍ରମରେ ଗତ 24 ଘଣ୍ଟାରେ ବିଟ୍ରେନରେ 786 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଗତ କିଛି ଦିନ ହେବ ବ୍ରିଟେନରେ କୋରୋନା ମୃତ୍ୟୁ ସଂଖ୍ୟା କମିଥିବା ବେଳେ ମଙ୍ଗଳବାର ସର୍ବାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ବ୍ରିଟେନ ସ୍ବାସ୍ଥ୍ୟମନ୍ତ୍ରାଳୟ ସୂଚନା ଅନୁଯାୟୀ, ଗତ 6 ଏପ୍ରିଲରେ ବ୍ରିଟେନରେ କୋରୋନା ମୃତ୍ୟୁ ସଂଖ୍ୟା 5373ରୁ ବୃଦ୍ଧିପାଇ 6159 ପହଞ୍ଚିଥିଲା ।