ଓଡିଶା

odisha

ETV Bharat / international

ୟୁକେରେ 27 ହଜାର ପାର ମୃତ୍ୟୁ ସଂଖ୍ୟା

ଶୁକ୍ରବାର ୟୁକେରେ 739 ଲୋକଙ୍କ ମୃତ୍ୟୁ ହୋଇଛି । ଫଳରେ ଏଠାରେ ମୃତ୍ୟୁ ସଂଖ୍ୟା 27 ହଜାର ପାର କରିଛି । ଅଧିକ ପଢନ୍ତୁ...

By

Published : May 2, 2020, 1:01 AM IST

ୟୁକେରେ 27 ହଜାର ପାର ମୃତ୍ୟୁ ସଂଖ୍ୟା
ୟୁକେରେ 27 ହଜାର ପାର ମୃତ୍ୟୁ ସଂଖ୍ୟା

ଲଣ୍ଡନ: ୟୁକେରେ କୋରୋନା ସ୍ଥିତି ଥମିବାର ନାମ ନେଉନି । ଦିନକୁ ଦିନ ଏହା ଅଧିକ ବିଗିଡିବାରେ ଲାଗିଛି । ପ୍ରତିଦିନ ହଜାର ହଜାର ମାମଲା ସାମନାକୁ ଆସୁଛି ।

ଶୁକ୍ରବାର ୟୁକେରେ 739 ଲୋକଙ୍କ ମୃତ୍ୟୁ ହୋଇଛି । ଫଳରେ ଏଠାରେ ମୃତ୍ୟୁ ସଂଖ୍ୟା 27 ହଜାର ପାର କରିଛି । ଏବେ ସୁଦ୍ଧା ମୋଟ ମୃତ୍ୟୁ ସଂଖ୍ୟା 27 ହଜାର 510 ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

ସ୍ବାସ୍ଥ୍ୟ ମନ୍ତ୍ରୀ ମ୍ୟାଟ ହ୍ୟାଙ୍କକଙ୍କ ଅନୁସାରେ ଦେଶରେ ଗତ 24 ଘଣ୍ଟାରେ 1 ଲକ୍ଷ 22 ହଜାର 347 ଟେଷ୍ଟ ହୋଇଛି । ପ୍ରତିଦିନ ଏକ ଲକ୍ଷ ଉପରେ ଟେଷ୍ଟ ହେଉଥିବା ସେ କହିଛନ୍ତି । ଏହାସହ ଦେଶରେ ପ୍ରତିଦିନ ପ୍ରାୟ 6000 ଉପରେ କେସ ବାହାରୁଛି । ଏଥିପାଇଁ ଲକଡାଉନ ଅବଧି ବଳବତ୍ତର ରହିଥିବା ସେ କହିଛନ୍ତି । ଯେତେ ପର୍ଯ୍ୟନ୍ତ ଏହି ସଂଖ୍ୟା 1000 ତଳେ ନରହିଛି ସେବେ ଯାଏଁ ଲକଡାଉନ ଲାଗୁ ରହିବ । ଏହାସହ ଦ୍ବିତୀୟ ପର୍ଯ୍ୟାୟରେ ଅଧିକ ସଂକ୍ରମିତ ବାହାରିବାର ଆଶଙ୍କା ଥିବା ସେ ମତ ଦେଇଛନ୍ତି ।

ସୌଜନ୍ୟ@ANI

ABOUT THE AUTHOR

...view details