ଲଣ୍ଡନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ କୋରୋନା ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଉଭୟ ଦେଶର ପ୍ରଧାନମନ୍ତ୍ରୀ କୋରୋନାକୁ ବିଶ୍ବ ପ୍ରସଙ୍ଗ କରିବା ସହ ସମ୍ମିଳିତ ଭାବରେ ମୁକାବିଲା କରିବାକୁ ଗୁରୁତ୍ବାରୋପ କରିଛନ୍ତି । ସେହିପରି କୋରୋନାକୁ ରୋକିବା ପାଇଁ ଆନ୍ତର୍ଜାତୀୟ ସ୍ତରରେ ଉଦ୍ୟମ ଆବଶ୍ୟକ ରହିଥିବା ଉଭୟ ପ୍ରକାଶ କରିଥିବା ନେଇ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
କୋରୋନା ପ୍ରସଙ୍ଗରେ ମୋଦିଙ୍କ ସହ କଥା ହେଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ - UK Prime Minister Boris Johnson spoke to Indian Prime Minister
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ କୋରୋନା ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...
କୋରୋନା ପ୍ରସଙ୍ଗରେ ମୋଦିଙ୍କ ସହ କଥା ହେଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ
ବ୍ରିଟେନ ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଭାରତର ବିଭିନ୍ନ ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି । ବିଶେଷ କରି ପ୍ୟାରିସ ଚୁକ୍ତିରେ ଉଲ୍ଲେଖ କରିଥିବା ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ଦିଗରେ ଭାରତର କାର୍ଯ୍ୟକୁ ସେ ବେଶ ତାରିଫ କରିଛନ୍ତି ।
@ANI