ଓଡିଶା

odisha

ETV Bharat / international

ୟୁକେରେ ସାମାଜିକ ଦୂରତା କଟକଣା: ସମୀକ୍ଷା କଲେ ବୋରିଶ - ୟୁକେରେ କୋରୋନା ସ୍ଥିତି

ଇଂଲଣ୍ଡରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସର୍ବନିମ୍ନ 2 ମିଟର ବ୍ୟବଧାନରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଲାଗୁ ହୋଇଛି କଡା ନିୟମ । ରବିବାର ପ୍ରଧାନମନ୍ତ୍ରୀ ବୋରିଶ ଜନଶନ ଦେଶରେ ଏହି ନିୟମର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି ।

social distacing in uk, corona effect in uk, corona situation in uk, boris johnson, ୟୁକେରେ ସାମାଜିକ ଦୂରତା, ୟୁକେରେ କୋରୋନା ପ୍ରଭାବ, ୟୁକେରେ କୋରୋନା ସ୍ଥିତି, ବୋରିଶ ଜନଶନ
ୟୁକେରେ ସାମାଜିକ ଦୂରତା କଟକଣା: ସମୀକ୍ଷା କଲେ ବୋରିଶ

By

Published : Jun 15, 2020, 8:17 AM IST

ଲଣ୍ଡନ: ଇଂଲଣ୍ଡରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସର୍ବନିମ୍ନ 2 ମିଟର ବ୍ୟବଧାନରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଲାଗୁ ହୋଇଛି କଡା ନିୟମ । ହେଲେ ଏହି ନିୟମ ଆର୍ଥିକ ଦିଗରେ ଅନେକ ପ୍ରଭାବ ପକାଉଥିବା ବିରୋଧୀମାନେ ଦାବି କରିଥିଲେ । ଏଥିସହ ଏହି ନିୟମକୁ ସମୀକ୍ଷା କରାଯାଇ ଆବଶ୍ୟକୀୟ ପରିବର୍ତ୍ତନ କରିବା ପାଇଁ ବିରୋଧୀମାନେ ଦାବି କରିଥିଲେ । ଏହି କ୍ରମରେ ରବିବାର ପ୍ରଧାନମନ୍ତ୍ରୀ ବୋରିଶ ଜନଶନ ଦେଶରେ ଏହି ନିୟମର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି ।

ଏହି ସମୀକ୍ଷା ଅବଧି ଜୁଲାଇ 4ରେ ଶେଷ ହେବା ନେଇ ଜଣା ପଡିଛି । ଏହା ପୂର୍ବରୁ ଜୁନ 22 ସୁଦ୍ଧା ଦେଶରେ ସମସ୍ତ ପବ୍, ବାର୍‌ ଓ ରେସ୍ତୋରାଁ ଆଦି ଖୋଲିବା ନେଇ ସୂଚନା ରହିଛି । ତେବେ ସାମାଜିକ ଦୂରତାର କଡା ନିୟମ ଦେଶରେ ଅର୍ଥନୀତି ଉପରେ କିପରି ପ୍ରଭାବ ପକାଉଛି ତାହାର ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ଜନଶନ । ସେପଟେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହି ଦୂରତାକୁ ସର୍ବନିମ୍ନ 1 ମିଟର ରଖିବା ପାଇଁ ପରାମର୍ଶ ଦେଇସାରିଛି ।

ସୂଚନା ମୁତାବକ ଅନେକ ବ୍ୟବସାୟିକ ଅନୁଷ୍ଠାନ ଓ ବୋରିଶଙ୍କ ନିକଟତମ ସାଂସଦମାନେ ମଧ୍ୟ ଏନେଇ ବୋରିଶଙ୍କୁ ସତର୍କ କରିସାରିଛନ୍ତି । ସେମାନଙ୍କ ମତରେ ଏହି ନିୟମ ଦ୍ବାରା ଆତିଥ୍ୟତା ବ୍ୟବସାୟ ଉପରେ ଭାରି ମାତ୍ରାରେ ପ୍ରଭାବ ପଡିବ । 2 ମିଟରର ସାମାଜିକ ଦୂରତା ସହ କୌଣସି ବ୍ୟବସାୟ ଚଳାଇବା ଅତି କଷ୍ଟକର । ବାର, ପବ୍‌ ଓ ରେସ୍ତୋରାଁରେ ମଧ୍ୟ ଏତେ ଦୂରତାରେ ଗ୍ରାହକମାନେ ସମୟ ବିତାଇପାରିବା ଅସମ୍ଭବ । ଯାହା ପରୋକ୍ଷରେ ବ୍ୟବସାୟକୁ ପ୍ରଭାବିତ କରିବ ।

ବର୍ତ୍ତମାନ ସୁଦ୍ଧା ୟୁରୋପରେ ଉଭୟ କୋରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ୟୁକେ ପ୍ରଥମ ସ୍ଥାନରେ ରହିଛି । ଏଠାରେ ଆକ୍ରାନ୍ତ ସଂଖ୍ୟା 2,95,828ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 41,747ରେ ପହଞ୍ଚିଛି ।

@IANS

ABOUT THE AUTHOR

...view details