ଓଡିଶା

odisha

ETV Bharat / international

ବର୍ଣ୍ଣବୈଷମ୍ୟ ବିରୋଧୀ ବିକ୍ଷୋଭ ବେଳେ ବ୍ରିଟେନରେ ସଂଘର୍ଷ - ବୋରିଶ ଜନଶନ

ଦେଶରେ କୃଷ୍ଣକାୟଙ୍କ ଦ୍ବାରା ପରିଚାଳିତ ଏକମାତ୍ର ଜାତୀୟ ପତ୍ରିକା ‘ଭଏସ’ରେ ଏହି ଆନ୍ଦୋଳନ ଉପରେ ବୋରିଶଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଯେଉଁଥିରେ ବୋରିଶ କହିଥିଲେ କି ସରକାର ଏହି କ୍ରୋଧକୁ ଅଣଦେଖା କରୁନାହାନ୍ତି, ନାହିଁ କେବେ ଏହି ଅନ୍ୟାୟ ବିରୋଧୀ ସ୍ବରକୁ ବିରୋଧ କରୁଛନ୍ତି ।

boris's reaction on anti-racist protest, boris johnson, anti-racism protest in uk, ବର୍ଣ୍ଣବୈଷମ୍ୟ ଆନ୍ଦୋଳନରେ ବୋରିଶଙ୍କ ମତ, ବୋରିଶ ଜନଶନ, ୟୁକେରେ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ
ବର୍ଣ୍ଣବୈଷମ୍ୟ ବିରୋଧରେ ୟୁକେରେ ଶାନ୍ତିପୂର୍ଣ୍ଣ ସଂଘର୍ଷ

By

Published : Jun 9, 2020, 7:35 PM IST

ଲଣ୍ଡନ: ସାରା ଦେଶରେ କୁହୁଳୁଛି ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ । ‘ବ୍ଲାକ ଲାଇଭ୍ସ ମ୍ୟାଟର’ ନାରାରେ ଫାଟୁଛି ଗଗନ ପବନ । ଆମେରିକାରେ ଆଫ୍ରିକାନ-ଆମେରିକୀୟ ଜର୍ଜ ଫ୍ଲୋଏଡଙ୍କ ପୋଲିସ ହେପାଜତରେ ମୃତ୍ୟୁ ପରେ ବିରୋଧ ଆରମ୍ଭ ହୋଇଥିଲା । ଯାହା ଆଖି ପିଛୁଳାକେ ସାରା ବିଶ୍ବରେ ନିଆଁ ପରି ବ୍ୟାପିବାରେ ଲାଗିଛି । ବ୍ରିଟେନରେ ମଧ୍ୟ ଏହି ଆନ୍ଦୋଳନର ଛାପ ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ ଦେଶରେ ସଂଘର୍ଷ ଚାଲିଥିବା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିଶ ଜନସନ ।

ଦେଶରେ କୃଷ୍ଣକାୟଙ୍କ ଦ୍ବାରା ପରିଚାଳିତ ଏକମାତ୍ର ଜାତୀୟ ପତ୍ରିକା ‘ଭଏସ’ରେ ଏହି ଆନ୍ଦୋଳନ ଉପରେ ବୋରିଶ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଯେଉଁଥିରେ ବୋରିଶ କହିଥିଲେ କି ସରକାର ଏହି କ୍ରୋଧକୁ ଅଣଦେଖା କରୁନାହାନ୍ତି, ନାହିଁ କେବେ ଏହି ଅନ୍ୟାୟ ବିରୋଧୀ ସ୍ବରକୁ ବିରୋଧ କରୁଛନ୍ତି । ଜର୍ଜଙ୍କ ମୃତ୍ୟୁ ବିଶ୍ବରେ ଦୀର୍ଘ ଦିନର ଏହି କ୍ରୋଧକୁ ଉତ୍ତେଜିତ କରିଛି । ବିଶ୍ବର ବର୍ଣ୍ଣଗତବୈଷମ୍ୟର ଶିକାର ଲୋକେ କିପରି ଶିକ୍ଷା, ସ୍ବାସ୍ଥ୍ୟ ଓ ରୋଜଗାର କ୍ଷେତ୍ରରେ ଅବହେଳିତ ତାହା କାହାକୁ ଅଛପା ନୁହେଁ । ତେଣୁ ଜର୍ଜଙ୍କ ମୃତ୍ୟୁ ଏହି ନିଆଁରେ ଘିଅ ଢାଳିବା ପରି ଘଟଣା ।

ବୋରିଶ ଏହା ମଧ୍ୟ କହିଥିଲେ କି ଲୋକଙ୍କ ଭାବନାକୁ ଅଣଦେଖା କରାଯାଇନପାରେ । ପୋଲିସ ହେପାଜତରେ ଜଣେ କୃଷ୍ଣକାୟଙ୍କ ମୃତ୍ୟୁକୁ ନେଇ ସେମାନଙ୍କ ଭାବନା ଅତି କଷ୍ଟଦାୟକ ନିଶ୍ଚୟ । ଆଗକୁ ଏପରି ପରିସ୍ଥିତି ଯେପରି ନ ଉପୁଜେ ସେଥିପାଇଁ ସରକାରଙ୍କୁ ଦାୟିତ୍ବବାନ ହେବାକୁ ପଡିବ ବୋଲି ବୋରିଶ ମତ ଦେଇଛନ୍ତି ।

@IANS

ABOUT THE AUTHOR

...view details