ଓଡିଶା

odisha

ETV Bharat / international

ବ୍ରିଟେନରେ କମିଲା ୩ୟ ଲହରର ପ୍ରଭାବ, ହଟିଲା ମାସ୍କ କଟକଣା - ବ୍ରିଟେନରେ ତୃତୀୟ ଲହର ସ୍ଥିତି

ୟୁରୋପୀୟ ଦେଶ ବ୍ରିଟେନରେ କମିଛି ୩ୟ ଲହରର ପ୍ରଭାବ । ଏଥିଲାଗି ବ୍ରିଟିଶ ପ୍ରଧାନମନ୍ତ୍ରୀ ଦେଶରେ ମାସ୍କ କଟକଣାକୁ ହଟାଇଛନ୍ତି । ଅଧିକ ପଢନ୍ତୁ

ବ୍ରିଟେନରେ କମିଲା ୩ୟ ଲହରର ପ୍ରଭାବ, ହଟିଲା ମାସ୍କ କଟକଣା
ବ୍ରିଟେନରେ କମିଲା ୩ୟ ଲହରର ପ୍ରଭାବ, ହଟିଲା ମାସ୍କ କଟକଣା

By

Published : Jan 20, 2022, 12:39 PM IST

ଲଣ୍ଡନ: ସାରା ବିଶ୍ବରେ କୋରୋନା ମହମାରୀ ଓ ଏହାର ନୂଆ ଭାରିଏଣ୍ଟ ଓମିକ୍ରନର ପ୍ରଭାବ ଦେଖିବାକୁ ମିଳିଛି । ୩ୟ ଲହରରେ ବିଶ୍ବ କବଳିତ ହୋଇଥିବା ବେଳେ UK ସରକାର କରିଛନ୍ତି ବଡ଼ ଘୋଷଣା । ଏଠାରେ ୩ୟ ଲହରର ପ୍ରଭାବ କମିଥିବାରୁ ଦେଶରେ ମାସ୍କ କଟକଣା ସହିତ ୱାର୍କ ଫ୍ରମ ହୋମ୍‌(WFH)କୁ ହଟାଇବା ପାଇଁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ।

ଏ ନେଇ ବୋରିସ କହିଛନ୍ତି ଯେ, " ଆମ ଦେଶର ବୈଜ୍ଞାନିକଙ୍କ ଅନୁସାରେ UKରେ ତୃତୀୟ ଲହର ପିକ୍‌ରେ ପହଞ୍ଚିସାରିଛି । ଏଣୁ ଏହାର ସଂକ୍ରମଣ କ୍ଷମତା ହ୍ରାସ ପାଇବାରେ ଲାଗିଛି । ଏଥିଲାଗି ସରକାର ୱାର୍କ ଫ୍ରମ ହୋମ୍‌ ନିୟମକୁ ଶେଷ କରିଛନ୍ତି । " ସେ ଆହୁର କହିଛନ୍ତି ଯେ ବ୍ରିଟେନ ପ୍ରଥମ ଦେଶ ଥିଲା ଯିଏକି ଟୀକାକରଣ ଆରମ୍ଭ କରିଥିଲା । କାରଣ ୟୁକେ ୟୁରୋପୀୟ ମେଡିସିନ ଏଜେନ୍ସି(EMA)ର ଟିକା ନ କିଣି ସ୍ବଦେଶୀ ଟିକାର ବ୍ୟବହାର କରିଥିଲା । ଦେଶ ବୁଷ୍ଟର ଡୋଜ ଟୀକାକରଣ ବହୁତ ଶୀଘ୍ର ଶେଷ କରିଥିବାରୁ ଓମିକ୍ରନ କବଳରୁ ପ୍ରଥମ ଦେଶ ଭାବେ ମୁକୁଳି ପାରିଛି ।

ଏହା ବି ପଢନ୍ତୁ: ନକଲି ଚନ୍ଦ୍ର ତିଆରି କଲା ଚୀନ

ବୋରିସ କହିଛନ୍ତି ଯେ ଦେଶରେ 'Plan B' ଅନୁସାରେ ମାସ୍କ ପିନ୍ଧିବା ନିୟମ ସହିତ ସାମାଜିକ ଦୂରତ୍ବ ବଜାୟ ରଖିବା ଓ ୱାର୍କ ଫ୍ରମ ହୋମ୍‌ ନିଆଯାଇଥିଲା । ଏବେ ଏହାକୁ ହଟାଯାଇଛି । ତେବେ ସୂଚନା ଥାଉ କି ଗତ ଜାନୁଆରୀ ୧୮ ତାରିଖରେ ବ୍ରିଟେନରେ ୯୪ ହଜାର ୪୩୨ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ସହିତ ଗତ ୨୮ ଦିନ ମଧ୍ୟରେ ୪୩୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ସେପଟେ ଦେଶରେ ୩୬ ଲକ୍ଷରୁ ଊର୍ଦ୍ଧ୍ବ ନାଗରିକ ବୁଷ୍ଟର ଡୋଜ ନେଇସାରିଛନ୍ତି ।

ABOUT THE AUTHOR

...view details