ଲଣ୍ଡନ: ବ୍ରିଟେନରେ କୋରୋନାର ନୂଆ ଷ୍ଟ୍ରେନର ଆତଙ୍କ । ଦ୍ରୁତଗତି ବୃଦ୍ଧି ପାଉଛି ସଂକ୍ରମଣ । ଯାହାକୁ ନଜରରେ ରଖି ଫେବୃୟାରୀ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ଲକଡାଉନ ଲାଗୁ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ସଂକ୍ରମଣ ଠାରୁ ଦୂରେଇ ରହିବାକୁ ସେ ସମସ୍ତଙ୍କୁ ଘରେ ରହିବାକୁ ଅପିଲ କରିଛନ୍ତି ।
ସୋମବାର ଦେଶକୁ ସମ୍ବୋଧିତ କରି ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି , ଦ୍ରୁତ ଗତିରେ ବ୍ୟାପୁଥିବା ସଂକ୍ରମଣ ବିରୁଦ୍ଧରେ ପୁଣି ଥରେ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ କରିଛନ୍ତି । 2020 ମାର୍ଚ୍ଚ ମାସ ପରି ଏଥର ମଧ୍ୟ କଟକଣାକୁ କଡାକଡି କରାଯାଇଛି । ମଙ୍ଗଳବାର ଠାରୁ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟରେ ଅନଲାଇନ ପାଠ୍ୟକ୍ରମ ଆରମ୍ଭ ହେବ । ଲକଡାଉନ ଘୋଷଣା ସହ ଲୋକଙ୍କ ଘରୁ ବାହାରିବା ଉପରେ ପ୍ରତିବନ୍ଧକ ଲଗାଯିବ । ସଂକ୍ରମଣ ବଢିଚାଲିଛି ତେଣୁ ଆଗକୁ ଆହୁରି ସଂଘର୍ଷ କରିବାକୁ ହେବ ସେ କହିଥିଲେ ।