ଓଡିଶା

odisha

By

Published : Jun 19, 2020, 9:52 PM IST

ETV Bharat / international

ଲକଡାଉନରେ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ବୋରିସଙ୍କ ନୂଆ ଯୋଜନା

ଦେଶରେ ଲକଡାଉନ ପରିସ୍ଥିତି ପାଇଁ ଦୀର୍ଘ 2ମାସରୁ ଉର୍ଦ୍ଧ୍ବ ସମୟ ଧରି ଜାରି ରହିଥିବା ଅନଲାଇନ ଶିକ୍ଷାଦାନର ଅନେକ ଛାତ୍ରଛାତ୍ରୀ ଲାଭ ଉଠାଇ ପାରିନଥିଲେ । ଏମାନଙ୍କ କଥା ଚିନ୍ତା କରି ପ୍ରଧାନମନ୍ତ୍ରୀ ବୋରିସ ଜନଶନ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି । ଅଧିକ ପଢନ୍ତୁ...

uk education system, boris johnson, special education package in uk amid lockdown, spcial education package in uk, ୟୁକେରେ ଶିକ୍ଷା ବ୍ୟବସ୍ଥା, ବୋରିଶ ଜନଶନ, ଲକଡାଉନରେ ୟୁକେର ସ୍ବତନ୍ତ୍ର ଶିକ୍ଷା ପ୍ୟାକେଜ, ୟୁକେରେ ସ୍ବତନ୍ତ୍ର ପ୍ୟାକେଜ
ଲକଡାଉନରେ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ବୋରିଶଙ୍କ ନୂଆ ଯୋଜନା

ଲଣ୍ଡନ: ଦେଶରେ ଲକଡାଉନ ପରିସ୍ଥିତି ପାଇଁ ଦୀର୍ଘ 2ମାସରୁ ଉର୍ଦ୍ଧ୍ବ ସମୟ ଧରି ଜାରି ରହିଥିଲା ଅନଲାଇନ ଶିକ୍ଷାଦାନ । ହେଲେ ସମସ୍ତେ ଏହି ସୁବିଧା ପାଇପାରିନଥିବାରୁ କେତେକ ଛାତ୍ରଛାତ୍ରୀ ଲକଡାଉନ ସମୟରେ ପାଠପଢାରୁ ବଞ୍ଚିତ ରହିଥିଲେ । ଏମାନଙ୍କ କଥା ଚିନ୍ତା କରି ପ୍ରଧାନମନ୍ତ୍ରୀ ବୋରିସ ଜନଶନ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି । 1 ବିଲିୟନ ପାଉଣ୍ଡ ବା 1.24 ବିଲିୟନ ଡଲାର ବିନିମୟରେ ଏହି ଯୋଜନା ପ୍ରସ୍ତୁତ ହୋଇଥିବା ନେଇ ଶିକ୍ଷା ବିଭାଗ ସ୍ପଷ୍ଟ କରିଛି ।

ଏହି ଯୋଜନା ଦ୍ବାରା ବର୍ତ୍ତମାନର ଆଧୁନିକ ବ୍ୟବସ୍ଥାର ଲାଭ ଉଠାଇ ପାରୁନଥିବା ଲକ୍ଷଲକ୍ଷ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଯୋଗାଇବାରେ ବ୍ୟବହାର କରାଯିବ । ଏହି ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଟ୍ୟୁସନର ବ୍ୟବସ୍ଥା କରାଯାଇ ଶିକ୍ଷାଦାନ କରାଯିବାର ଯୋଜନା ରହିଛି । ତେବେ ଏହି ଯୋଜନାରେ ଖର୍ଚ୍ଚ ହେଉଥିବା ମୋଟ ଅର୍ଥରାଶିରୁ 350 ମିଲିୟନ ପାଉଣ୍ଡ ଅର୍ଥ ଜାତୀୟ ଶିକ୍ଷାଦାନ କାର୍ଯ୍ୟକ୍ରମରେ ବ୍ୟବହାର ହେବ । ଏଥିସହ ବଳକା 650 ମିଲିୟନ ପାଉଣ୍ଡ ଅର୍ଥକୁ 2020-21 ଶିକ୍ଷାବର୍ଷ ପାଇଁ ରାଜ୍ୟସ୍ତରୀୟ ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ସୁରକ୍ଷିତ ଶିକ୍ଷାଦାନ ପାଇଁ ବ୍ୟବହାର କରାଯିବ ।

ତେବେ ଏହି ବ୍ୟୟବରାଦରେ ବିଦ୍ୟାଳୟମାନଙ୍କରେ କିପରି ବିଭିନ୍ନ ଦିଗରେ ଅର୍ଥ ବଣ୍ଟନ ହେବ ତାହା କେବଳ ପ୍ରଧାନଶିକ୍ଷକ ବା ଶିକ୍ଷୟିତ୍ରୀ ବିଚାର କରିବେ । ଏନେଇ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ କହିଛନ୍ତି କି ଏହି ଯୋଜନାରେ ଖର୍ଚ୍ଚ ହେବାକୁ ଥିବା ଅର୍ଥରାଶି ଦ୍ବାରା କିପରି ଅଧିକର ଅଧିକ ଛାତ୍ରଛାତ୍ରୀ ଲାଭ ପାଇପାରିବେ ତାହା ପ୍ରଧାନଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ଉପରେ ନିର୍ଭର କରେ । ଏହୀ ସେମାନଙ୍କ ପାଇଁ ଏକ ବଡ ଦାୟିତ୍ବ । ତେବେ ଏହି ଯୋଜନା ଦ୍ବାରା ସେପ୍ଟେମ୍ବର ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଫେରାଇବାର ମଧ୍ୟ ଯୋଜନା ରହିଛି ।

ଦେଶରେ ଲକଡାଉନ ଲାଗୁ ହେବା ଦ୍ବାରା ଏପରି ଅନେକ ଛାତ୍ରଛାତ୍ରୀ ପାଠପଢାରୁ ବଞ୍ଚିତ ହୋଇଥିବା ରିପୋର୍ଟ ପ୍ରକାଶ ପାଇବା ପରେ ସରକାର ଏ ଦିଗରେ ତତ୍ପରତା ପ୍ରକାଶ କରିଥିବା ଦେଖାଯାଇଥିଲା । ଏନେଇ ଶିକ୍ଷା ସଚିବ ଗ୍ୟାଭିନ ୱିଲିୟମସନ କହିଛନ୍ତି କି ଏହି ପ୍ୟାକେଜ ଦ୍ବାରା ଜରୁରୀ ଛାତ୍ରଛାତ୍ରୀମାନଙ୍କୁ ପୁଣି ମୁଖ୍ୟସ୍ରୋତକୁ ଫେରାଇ ଆଣି ସ୍କୁଲ ଫେରାଇବାର ଯୋଜନା ରହିଛି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଆଜିର ପୀଢିକୁ କୋରୋନାର ପ୍ରକୋପରୁ ବଞ୍ଚାଇ ସେମାନଙ୍କର ସୁନ୍ଦର ଭବିଷ୍ୟତ ଗଠନ ।

@IANS

ABOUT THE AUTHOR

...view details