ଲଣ୍ଡନ: ଘଡିକେ ଘୋଡା ଛୁଟିବା ପରି ବଦଳୁଛି ୟୁକେର କ୍ବାରେଣ୍ଟାଇନ ନିୟମ । କେବେ ୟୁକେ ସୁରକ୍ଷିତ ଦେଶର ତାଲିକା ପ୍ରସ୍ତୁତ କରି ସେହି ଦେଶର ବିମାନ ଯାତ୍ରୀଙ୍କୁ କ୍ବାରେଣ୍ଟାଇନ ନିୟମରୁ ବାଦ ଦେଉଥିବା ବେଳେ କେତେବେଳେ ପୁଣି ନୂଆ ନୂଆ ରାଷ୍ଟ୍ର ପାଇଁ ଲାଗୁ ହେଉଛି ନିୟମ । ଏମିତିରେ ୟୁରୋପୀୟ ରାଷ୍ଟ୍ରମାନଙ୍କ ପ୍ରତି ୟୁକେର ଆଭିମୁଖ୍ୟ ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁଯାୟୀ କୋରୋନା କଟକଣା କୋହଳ କରିବା ସହ ୟୁକେକୁ ଆସୁଥିବା ବିମାନଯାତ୍ରୀଙ୍କ ପାଇଁ ପ୍ରଥମେ କ୍ବାରେଣ୍ଟାଇନ ନିୟମକୁ ବାଧ୍ୟତାମୂଳକ କରିଥିଲା ୟୁକେ । ହେଲେ ଧିରେ ଧିରେ ଏହି କଟକଣା ପରିସରରୁ ଅନେକ ରାଷ୍ଟ୍ରଙ୍କୁ ବାଦ ଦେଇଥିଲା ଦେଶ । ଏବେ କିନ୍ତୁ ସ୍ପେନ ପାଇଁ ପୁଣି କ୍ବାରେଣ୍ଟାଇନ ନିୟମ କଡାକଡି କରିଛି ୟୁକେ । ଏହି ନିୟମ ଅନୁଯାୟୀ ସ୍ପେନରୁ ୟୁକେ ଆସୁଥିବା ଯାତ୍ରୀମାନଙ୍କୁ 14 ଦିନିଆ କ୍ବାରେଣ୍ଟାଇନରେ ରହିବାକୁ ହେବ । ୟୁରୋପିଆନ ରାଷ୍ଟ୍ରମାନଙ୍କରେ ସଂକ୍ରମଣର ମାତ୍ରା ବଢୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ୟୁକେ ସରକାର ସ୍ପଷ୍ଟ କରିଛନ୍ତି ।