ଓଡିଶା

odisha

ETV Bharat / international

କୋଭିଡ 19 ଲଢେଇ ପାଇଁ 100 ହସ୍ପିଟାଲଙ୍କୁ ଋଣଛାଡ

ମହାମାରୀ ବିରୋଧରେ ଲଢିବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ସାହାଯ୍ୟ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । 100ଟି ହସ୍ପିଟାଲ ଉପରୁ 16.48 ବିଲିୟନ ଆମେରିକୀୟ ଡଲାର ଋଣଛାଡ କରିଛନ୍ତି ସରକାର । ଅଧିକ ପଢନ୍ତୁ...

କୋଭିଡ 19 ଲଢେଇ ପାଇଁ 100 ହସ୍ପିଟାଲଙ୍କୁ ଋଣଛାଡ
କୋଭିଡ 19 ଲଢେଇ ପାଇଁ 100 ହସ୍ପିଟାଲଙ୍କୁ ଋଣଛାଡ

By

Published : Apr 8, 2020, 5:59 PM IST

ବ୍ରିଟେନ: ୟୁରୋପରେ କୋରୋନା ସ୍ଥିତି ଭୟଙ୍କର ପାଲଟିଛି । ବିଶେଷ କରି ବ୍ରିଟେନରେ ଏହି ପରିସ୍ଥିତି ଅଧିକ ଖରାପ ହୋଇଛି । ଏହି ଅବସରରେ ୟୁକେ ସରକାର 100ଟି ହସ୍ପିଟାଲକୁ ଋଣଛାଡ ଘୋଷଣା କରିଛନ୍ତି ।

ମହାମାରୀ ବିରୋଧରେ ଲଢିବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ସାହାଯ୍ୟ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । 100ଟି ହସ୍ପିଟାଲ ଉପରୁ 16.48 ବିଲିୟନ ଆମେରିକୀୟ ଡଲାର ଋଣଛାଡ କରିଛନ୍ତି ସରକାର । ଏପ୍ରିଲ 2ରେ ଇଂଲଣ୍ଡର ସ୍ବାସ୍ଥ୍ୟ ସଚିବ ମ୍ୟାଟ୍ଟ ହ୍ୟାଙ୍କକକ ଏହି ଘୋଷଣା କରିଛନ୍ତି । ଏହାସହ କୋଭିଡ 19 ବିରୋଧୀ ଲଢେଇରେ ସମସ୍ତ ହସ୍ପିଟାଲକୁ ଜରୁରୀ ଚିକିତ୍ସା ପାଇଁ ମିଳୁଥିବା ଫଣ୍ଡ ଏହି 100ଟି ହସ୍ପିଟାଲକୁ ମିଳିବ ବୋଲି ସେ କହିଛନ୍ତି ।

ଦେଶର ଏହି ବିପଦ ସମୟରେ କୌଣସି ହସ୍ପିଟାଲ ପୁରୁଣା ଋଣକୁ ନେଇ ଚିନ୍ତିତ ନ ରୁହନ୍ତୁ । କୋରୋନା ବିରୋଧରେ ଲଢେଇ ପାଇଁ ସମସ୍ତେ ଏକାଠି ଅଛୁ । ସବୁପ୍ରକାର ସାହାଯ୍ୟ ଯୋଗାଇଦେବେ ସରକାର । ଏହାସହ ସମସ୍ତ ଏନଏଚଏସ ହସ୍ପିଟାଲକୁ ଫଣ୍ଡ ମିଳିବାରେ କୌଣସି ସମସ୍ୟା ରହିବନି ବୋଲି ମ୍ୟାଟ୍ଟ ପ୍ରତିଶ୍ରୁତି ଦେଇଛନ୍ତି ।

ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଏନଏଚଏସ କର୍ତ୍ତୃପକ୍ଷ । ଏପରି ପଦକ୍ଷେପ ଦ୍ବାରା ସମସ୍ତ ଏନଏଚଏସ ହସ୍ପିଟାଲ ଚିନ୍ତାମୁକ୍ତ ହୋଇ କାମ କରିବେ । ସେମାନଙ୍କ ଉପରେ କୌଣସି ଚାପ ରହିବନି । ଏହାସହ ଅଧିକ ଫଣ୍ଡ ମିଳିବା ଦ୍ବାରା କେବଳ କୋରୋନା ନୁହେଁ ଭବିଷ୍ୟତରେ ସମସ୍ତ ରୋଗ ବିରୋଧରେ ଅନେକ ପଦକ୍ଷେପ ନେଇ ଏହି ହସ୍ପିଟାଲଗୁଡିକ କାମ କରିବେ ବୋଲି ଏନଏଚଏସ ମୁଖ୍ୟ କାର୍ଯ୍ୟନିର୍ବାହୀ ସିମୋନ ଷ୍ଟିଭେନ୍ସ କହିଛନ୍ତି ।

ABOUT THE AUTHOR

...view details