ଲଣ୍ଡନ: ବ୍ରିଟେନ ସଂସଦରେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କଞ୍ଜରଭେଟିଭ ପାର୍ଟି ବହୁମତ ହାସିଲ କରିଛି । ଶୁକ୍ରବାର ହାଉସ୍ ଆଫ କମନ୍ସରେ ବୋରିସ ଜନସନଙ୍କ କଞ୍ଜରଭେଟିଭ ପାର୍ଟି ସବୁଠାରୁ ଅଧିକ ସମର୍ଥନ ମିଳିଛି ।
ବ୍ରିଟେନ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ପାର୍ଟିକୁ ବହୁମତ - ବ୍ରିଟେନ ସଂସଦରେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କଞ୍ଜରଭେଟିଭ ପାର୍ଟି
ବ୍ରିଟେନ ସଂସଦରେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କଞ୍ଜରଭେଟିଭ ପାର୍ଟି ବହୁମତ ହାସିଲ କରିଛି । ଅଧିକ ପଢନ୍ତୁ...
ଡିସେମ୍ବର ନିର୍ବାଚନରେ ମୋଟ ୬୫୦ ଆସନ ବିଶିଷ୍ଟ ବ୍ରିଟେନ ସଂସଦରେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କଞ୍ଜରଭେଟିଭ ପାର୍ଟିକୁ 329 ଆସନରେ ବିଜୟ ମିଳିଥିଲା । ଅନ୍ୟପଟେ ବିରୋଧୀ ଲେବର ପାର୍ଟିକୁ 198 ଆସନରେ ବିଜୟଲାଭ ମିଳିଥିଲା । ସଂସଦରେ ଲିବରାଲ ଡେମୋକ୍ରାଟିକ ପାର୍ଟି 8ଟି ସିଟ ଓ ସ୍କଟିସ୍ ନ୍ୟାସନାଲ ପାର୍ଟି 45 ସିଟ ଜିତିଥିଲା ।
ସଂସଦରେ ବହୁମତା ହାସଲ ପରେ ବୋରିସ ଜନସନ ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାସହ ଡିସେମ୍ବରରେ ଅନୁଷ୍ଠିତ ନିର୍ବାଚନ ଦେଶ ପାଇଁ ଏକ ଐତିହାସିକ ନିର୍ବାଚନ ଥିଲା ବୋଲି କହିଛନ୍ତି ବୋରିସ ଜନସନ । କଞ୍ଜରଭେଟିଭ ପାର୍ଟି ମତରେ ଭୋଟ ଗ୍ରହଣ ଲୋକମାନଙ୍କ ସମସ୍ୟାକୁ ସମାଧାନ ପାଇଁ ଏକ ମାଧ୍ୟମ । ବ୍ରେକ୍ସିଟ (ବ୍ରିଟେନ ୟୁରୋପୀୟ ସଂଘ)ସହିତ ଏବେ ଆଗକୁ ବଢିବାର ସମୟ ଆସିଛି ବୋଲି କହିଛନ୍ତି ବୋରିସ ଜନସନ ।