ଲଣ୍ଡନ: ସମଗ୍ର ବିଶ୍ବରେ ଏବେ ହାହାକାର ମଚେଇଛି ମହାମାରୀ କୋରୋନା । ଏନେଇ ସମସ୍ତ ଦେଶ, ରାଜ୍ୟ ବର୍ତ୍ତମାନ ଲକଡାଉନ ସ୍ତିତିରେ । କିନ୍ତୁ ଏହାର ବିଶେଷ ପ୍ରଭାବ ବିଶ୍ବର ଅର୍ଥନୀତି ଉପରେ ପଡ଼ିଛି । ତେଣୁ ୟୁକେର ପ୍ରଧାନମନ୍ତ୍ରୀ ବୋରିସ ଜନସନ, ବିବାହ ଭୋଜିରେ ଥିବା ଲକଡାଉନ ନିୟମକୁ କୋହଳ କରିବା ସହ ସରକାରୀ ପୁଞ୍ଜି ବିନିଯୋଗକୁ ତ୍ୱରାନ୍ୱିତ କରିବାକୁ ଯୋଜନା କରୁଛନ୍ତି। ଏପରିକି ପବ୍, କାଫେ ଏବଂ ରେଷ୍ଟୁରାଣ୍ଟରେ ଥିବା ପ୍ରତିବନ୍ଧକକୁ ହଟାଇବା ସହ ବାହାରେ ବିବାହ ଆୟୋଜନ କରିବାକୁ ମଧ୍ୟ ଆଇନଗତ କରିବାକୁ ଚାହୁଁଛନ୍ତି ।
ଲକଡାଉନକୁ କୋହଳ କଲେ ୟୁକେ ପିଏମ: ପବ୍, ରେସ୍ତାେରାଁ ଖୋଲିବାକୁ ଯୋଜନା - ମହାମାରୀ କୋରୋନା
ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନସନ, ବିବାହ ଭୋଜିରେ ଥିବା ଲକଡାଉନ ନିୟମକୁ କୋହଳ କରିବା ସହ ସରକାରୀ ପୁଞ୍ଜି ବିନିଯୋଗକୁ ତ୍ୱରାନ୍ୱିତ କରିବାକୁ ଯୋଜନା କରୁଛନ୍ତି। ଏପରିକି ପବ୍, କାଫେ ଏବଂ ରେସ୍ତାେରାଁରେ ଥିବା ପ୍ରତିବନ୍ଧକକୁ ହଟାଇବା ସହ ବାହାରେ ବିବାହ ଆୟୋଜନ ଆଇନଗତ କରିବାକୁ ଚାହୁଁଛନ୍ତି । ଅଧିକ ପଢନ୍ତୁ...
ଜୁଲାଇ ଆରମ୍ଭରୁ 10 ଜଣଙ୍କ ଉପସ୍ଥିତିରେ ଘର ଭିତର ବିବାହ ଏବଂ ଅନ୍ତିମ ସଂସ୍କାର ପାଇଁ ଅନୁମତି ଦିଆଯିବ ବୋଲି ଆସନ୍ତା ସପ୍ତାହରେ ସରକାର ଘୋଷଣା କରିବାକୁ ଯାଉଛନ୍ତି । ତେବେ ଗ୍ରୀଷ୍ମ ପୂର୍ବରୁ ସବୁ ଜିନିଷ ସ୍ବାଭାବିକ କରିବାକୁ ବୋରିଷ ଚାହୁଁଛନ୍ତି ବୋଲି ଏକ ସୂତ୍ରରୁ ପ୍ରକାଶ ପାଇଛି ।
ଏପଟେ ବେକାରୀ ବୃଦ୍ଧି ହେବାର ପୂର୍ବାନୁମାନ ନେଇ ପ୍ରଧାନମନ୍ତ୍ରୀ ଚିନ୍ତିତ ଅଛନ୍ତି । ଗତ ଡିସେମ୍ବର ନିର୍ବାଚନ ପୂର୍ବରୁ ସରକାର ରାସ୍ତାର ଉନ୍ନତି ତଥା 40 ଟି ନୂତନ ଡାକ୍ତରଖାନା ନିର୍ମାଣକୁ ତ୍ୱରାନ୍ୱିତ କରିବେ ବୋଲି ଜନସନ ଆସନ୍ତା ସପ୍ତାହରେ ଘୋଷଣା କରିବାକୁ ଯୋଜନା କରିଛନ୍ତି । ବର୍ତ୍ତମାନ ସମସ୍ତେ ଏକଜୁଟ ହୋଇ ତାଙ୍କର ଯୋଜନା ଅନୁସାରେ ଦେଶକୁ ଆଗକୁ ବଢାଇବା ସମୟ ଆସିଯାଇଛି ବୋଲି ଜନସନ କହିଛନ୍ତି ।