ଓଡିଶା

odisha

ETV Bharat / international

ୟୁକେରେ କ୍ୱାରେଣ୍ଟିନରେ ନ ରହିବେ ଗଣିବେ ଏକ ହଜାର ପାଉଣ୍ଡ ତଣ୍ଡ - କୋରୋନା ଭାଇରସ ନ୍ୟୁଜ୍‌

ବର୍ତ୍ତମାନ କୋରୋନା ସ୍ଥିତିରେ ସାମାନ୍ୟ ସୁଧାର ବା ସ୍ଥିରତା ଆସିବା ପରେ ଅର୍ଥନୀତିକୁ ସ୍ବାଭାବିକ କରିବା ପାଇଁ ଖୋଲିଛି ଦୋକାନ ବଜାର ଓ ଯାତାୟତ ବ୍ୟବସ୍ଥା ।

corona in uk, quarantine rule in uk, uk arrivals, coronavirus news, fine to uk arrivals, ୟୁକେରେ କୋରୋନା, ୟୁକେରେ କ୍ବାରେଣ୍ଟାଇନ ନିୟମ, କୋରୋନା ଭାଇରସ ନ୍ୟୁଜ୍‌, ୟୁକେ ଫେରନ୍ତା, ୟୁକେ ଫେରନ୍ତାଙ୍କୁ ଫାଇନ
ୟୁକେ ଆସି କ୍ବାରେଣ୍ଟାଇନ ନିୟମ ଭାଙ୍ଗିଲେ ତଣ୍ଡ ଗଣିବେ ବିଦେଶୀ ନାଗରିକ

By

Published : May 22, 2020, 7:54 PM IST

ଲଣ୍ଡନ: ବର୍ତ୍ତମାନ କୋରୋନା ସ୍ଥିତିରେ ସାମାନ୍ୟ ସୁଧାର ବା ସ୍ଥିରତା ଆସିବା ପରେ ଅର୍ଥନୀତିକୁ ସ୍ବାଭାବିକ କରିବା ପାଇଁ ଖୋଲିଛି ଦୋକାନ ବଜାର ଓ ଯାତାୟତ ବ୍ୟବସ୍ଥା । ବ୍ରିଟେନରେ ମଧ୍ୟ ବିମାନ ଚଳାଚଳ ସ୍ବାଭାବିକ ହୋଇଥିବା ବେଳେ ୟୁକେ ଆସୁଥିବା ଯାତ୍ରୀଙ୍କ ପାଇଁ 14 ଦିନିଆ କ୍ବାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି । ହେଲେ ଏହାକୁ ଯେଉଁ ଯାତ୍ରୀମାନେ ଅମାନ୍ୟ କରିବେ ସେମାନଙ୍କୁ ଆର୍ଥିକ ତଣ୍ଡ ଦେବାକୁ ହେବ ବୋଲି ଶୁକ୍ରବାର ଘୋଷଣା କରାଯାଇଛି ।

ଘୋଷଣାରେ ସ୍ପଷ୍ଟ କରାଯାଇଛି କି ଯାତ୍ରୀମାନେ ୟୁକେରେ ପହଞ୍ଚିବା ପରେ ତୁରନ୍ତ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ସେଲ୍ଫ ଆଇସୋଲେସନରେ ରହିବାକୁ ବାଧ୍ୟ । ନଚେତ୍‌ ସେମାନଙ୍କୁ 1000 ପାଉଣ୍ଡର ତଣ୍ଡ ଗଣିବାକୁ ହେବ । ଏହି ନୂଆ ନିୟମ ମୁତାବକ ସ୍ବଦେଶ ଫେରୁଥିବା ବ୍ରିଟିଶ ନାଗରିକ ଆଗାମୀ ମାସେ ଯାଏଁ ମୁଖ୍ୟସ୍ରୋତରେ ସାମିଲ ନହେବା ପାଇଁ ନିର୍ଦ୍ଦେଶ ରହିଛି । ଏନେଇ ଗୃହ ସଚିବ ପ୍ରୀତି ପଟେଲ ପରବର୍ତ୍ତୀ ସମୟରେ ଅଧିକ ସୂଚନା ଦେବା ନେଇ କହିଛନ୍ତି ।

ତେବେ ଦେଶରେ କୋରୋନାର ଦ୍ବିତୀୟ ଲହରୀ ଆରମ୍ଭକୁ ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଉଥିବା କୁହାଯାଇଛି । ସେ ଟ୍ରେନ ହେଉ କିମ୍ବା ବିମାନ, ଯିଏ ବି ଦେଶ ବାହାରୁ ଆସୁଛନ୍ତି ସେମାନଙ୍କୁ ପ୍ରଥମେ ୟୁକେ ବର୍ଡର ଫୋର୍ସ ଅଧିକାରୀଙ୍କୁ ଆଇସୋଲେସନର ଠିକଣା ଦେବାକୁ ହେବ । ନଚେତ ବର୍ଡର ଫୋର୍ସ ସେମାନଙ୍କୁ କ୍ବାରେଣ୍ଟାଇନରେ ରହିବା ପାଇଁ ଘର ଯୋଗାଇବାର ବ୍ୟବସ୍ଥା କରିବ ।

ଏହି ନୂଆ ନିୟମକୁ ସଡକ ପଥ ଦେଇ ଆସିଥିବା ଯାତ୍ରୀ ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ କୋହଳ କରାଯାଇଥିବା ବେଳେ ଆୟରଲାଣ୍ଡ ରିପବ୍ଲିକରୁ ଆସୁଥିବା ଲୋକଙ୍କ ପାଇଁ ମଧ୍ୟ ନିୟମ କୋହଳ ରହିଛି । ପୂର୍ବରୁ ଫ୍ରାନ୍ସରୁ ଆସୁଥିବା ଲୋକଙ୍କ ପାଇଁ ଏପରି କୌଣସି ନିୟମ ରହିନଥିବା ବେଳେ ଏବେ ସେମାନେ ମଧ୍ୟ ଏହି ନିୟମ ପରିସରଭଉୁକ୍ତ ।

@IANS

ABOUT THE AUTHOR

...view details