ଓଡିଶା

odisha

ETV Bharat / international

ଜି7 ସମ୍ମିଳନୀରେ ଋଷିଆର ଏଣ୍ଟ୍ରିକୁ ୟୁକେ ଓ କାନାଡାର ବିରୋଧ

କୋରୋନା ସତ୍ତ୍ବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଚଳିତବର୍ଷ ହେବାକୁ ଥିବା ଜି7 ସମ୍ମିଳନୀ । ଏହି ସମ୍ମିଳନୀରେ ଋଷିଆର ସାମିଲ ନେଇ ବିରୋଧ ପ୍ରକାଶ କରିଛନ୍ତି ଉଭୟ ୟୁକେ ଓ କାନାଡା ।

G7 summit, oppose to russia in G7 summit, G7 summit update, uk and canada on  G7 summit, uk and canada oppose russia, ଜି7 ସମ୍ମିଳନୀ, ଜି7 ସମ୍ମିଳନୀରେ ଋଷିଆକୁ ବିରୋଧ, ଜି7 ସମ୍ମିଳନୀ ଅପଡେଟ, ଜି7 ସମ୍ମିଳନୀକୁ ନେଇ ୟୁକେ ଓ କାନାଡା, ଋଷିଆକୁ ୟୁକେ ଓ କାନାଡାର ବିରୋଧ
ଜି7 ସମ୍ମିଳନୀରେ ଋଷିଆର ଏଣ୍ଟ୍ରିକୁ ୟୁକେ ଓ କାନାଡାର ବିରୋଧ

By

Published : Jun 2, 2020, 10:44 PM IST

ଲଣ୍ଡନ: କୋରୋନା ସତ୍ତ୍ବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଚଳିତବର୍ଷ ହେବାକୁ ଥିବା ଜି7 ସମ୍ମିଳନୀ । ପ୍ରଥମେ ଭିଡିଓ କନଫରେନ୍ସିଂରେ ଏହି ସମ୍ମିଳନୀ ଆୟୋଜନ ପାଇଁ ପ୍ରସ୍ତାବ ରହିଥିବା ବେଳେ ଏବେ ଏହାକୁ ସେପ୍ଟେମ୍ବର କିମ୍ବା ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ପରେ ୱାଶିଂଟନରେ ଆୟୋଜନ ପାଇଁ ସ୍ଥିର କରାଯାଇଛି । ଏଥିରେ ୟୁକେ ଓ କାନାଡା ନିଜ ଉପସ୍ଥିତି ଜାହିର କରିସାରିଥିବା ବେଳେ ଜର୍ମାନୀ ଆରମ୍ଭରୁ ଓହରିଛି ।

ତେବେ ଏହି ସମ୍ମିଳନୀରେ ଋଷିଆର ସାମିଲ ନେଇ ବିରୋଧ ପ୍ରକାଶ କରିଛନ୍ତି ଉଭୟ ୟୁକେ ଓ କାନାଡା । ମେ’ 30ରେ ଆମେରିକା ରାଷ୍ଟ୍ରପତି ଚଳିତବର୍ଷ ହୋଷ୍ଟ ଭାବେ ଅଧିକ ଦେଶକୁ ସାମିଲ କରିବା ପାଇଁ ଘୋଷଣା କରିଥିଲେ । ଯେଉଁଥିରେ ରହିଥିଲେ ଭାରତ, ଋଷିଆ, ଅଷ୍ଟ୍ରେଲିଆ ଓ ଦକ୍ଷିଣ କୋରିଆ । ତେବେ ଋଷିଆକୁ ଆମନ୍ତ୍ରଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡିଓ କହିଛନ୍ତି କି ପୂର୍ବରୁ ଅନ୍ତର୍ଜାତୀୟ ନିୟମ ଉଲଙ୍ଘନ କରିଥିବାରୁ ଋଷିଆକୁ ସମ୍ମିଳନୀରୁ ବାଦ ଦିଆଯାଇଥିଲା । ଆଗକୁ ମଧ୍ୟ ଏହି କଟକଣା ଋଷିଆ ପାଇଁ ଲାଗୁ ରହିବା ଦରକାର ।

ସେପଟେ ସମ୍ପୃକ୍ତ ପ୍ରସଙ୍ଗରେ ୟୁକେ ନିଜ ଭିଟୋ ପାୱାର ବା ଅଧିକାରର ବ୍ୟବହାର କରି ଆମେରିକା ଦ୍ବାରା ଋଷିଆକୁ ଆମନ୍ତ୍ରଣକୁ ରବ୍ଦ କରିପାରିବ ବୋଲି ପ୍ରକାଶ କରିଛି । ତେବେ ଅନ୍ୟ ଅତିଥି ରାଷ୍ଟ୍ରଙ୍କ ମଧ୍ୟକରୁ ଦକ୍ଷିଣ କୋରିଆ ଓ ଅଷ୍ଟ୍ରେଲିଆ ସମ୍ମିଳନୀରେ ଅଂଶଗ୍ରହଣ ପାଇଁ ଇଚ୍ଛା ପ୍ରକାଶ କରିଥିବା ଜଣା ପଡିଛି ।

@IANS

ABOUT THE AUTHOR

...view details