ଲଣ୍ଡନ: ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ କ୍ବାରେଣ୍ଟାଇନ ମୁକ୍ତ କଲା ବ୍ରିଟେନ । ଅନ୍ୟ ଦେଶରୁ ବ୍ରିଟେନ ଆସୁଥିଲେ ଆଉ 14 ଦିନିଆ କ୍ବାରେଣ୍ଟାଇନରେ ରହିବେ ନାହିଁ । କୋରୋନା ସଂକ୍ରମଣ ପାଇଁ ଲାଗୁ ହୋଇଥିବା ଏହି ନିୟମକୁ ବର୍ତ୍ତମାନ ବ୍ରିଟେନ ସରକାର ହଟାଇ ଦେଇଛନ୍ତି ।
ଗତ କିଛି ଦିନ ପୂର୍ବରୁ ଅନ୍ତର୍ଜାତୀୟ ଉଡାଣ ପାଇଁ ୟୁଏଇ 59 ଦେଶ ପାଇଁ ଆକାଶ ମାର୍ଗ ଅନୁମତି ଦେଇଥିଲା । ଏହି ଦେଶର ଯାତ୍ରୀମାନଙ୍କୁ ଏବେ କ୍ବାରେଣ୍ଟାଇନରୁ ମୁକ୍ତ କରାଯାଇଛି । ହେଲେ ଏବେ ବି ଆମେରିକା ଓ ଭାରତୀୟଙ୍କ ଏହି ନିୟମ ବଳବତ୍ତର ରହିବ । କାରଣ ଆମେରିକାରେ କୋରୋନା ସଂକ୍ରମଣ ମାମଲା ଏବେ ସର୍ବାଧିକ ରହିଛି । ଭାରତରେ ସଂକ୍ରମଣ ମାମଲା ଦିନକୁ ଦିନକୁ ବଢିବାରେ ଲାଗିଛି । ଏହି କ୍ବାରେଣ୍ଟାଇନମୁକ୍ତ ନିୟମ ଆସନ୍ତା ଜୁଲାଇ 10ରୁ କାର୍ଯ୍ୟକାରୀ କରାଯିବ ।