ଓଡିଶା

odisha

ETV Bharat / international

ତୃତୀୟସ୍ତର ଲକଡାଉନ ପାଇଁ ପ୍ରସ୍ତୁତ ୟୁକେ - ୟୁକେରେ ତୃତୀୟସ୍ତର ଲକଡାଉନ

ସତର୍କ ପଦକ୍ଷେପ ସହ ୟୁକେ ଖୁବଶୀଘ୍ର ତୃତୀୟସ୍ତର ଲକାଡଉନରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତ ରହିଛି । ଏନେଇ ସୋମବାର ସୂଚନା ଦେଇଛନ୍ତି ବ୍ୟବସାୟ ସଚିବ ଆଲୋକ ଶର୍ମା । ଅଧିକ ପଢ଼ନ୍ତୁ...

lockdown in uk, corona in uk, third level lockdown in uk, coronavirus news, ୟୁକେରେ ଲକଡାଉନ, ୟୁକେରେ କୋରୋନା, ୟୁକେରେ ତୃତୀୟସ୍ତର ଲକଡାଉନ, କୋରୋନା ଭାଇରସ ନ୍ୟୁଜ୍‌
ତୃତୀୟସ୍ତର ଲକଡାଉନ ପାଇଁ ପ୍ରସ୍ତୁତ ୟୁକେ

By

Published : May 18, 2020, 11:41 PM IST

ଲଣ୍ଡନ: ସତର୍କ ପଦକ୍ଷେପ ସହ ୟୁକେ ଖୁବଶୀଘ୍ର ତୃତୀୟସ୍ତର ଲକାଡଉନରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତ ରହିଛି । ଏନେଇ ସୋମବାର ସୂଚନା ଦେଇଛନ୍ତି ବ୍ୟବସାୟ ସଚିବ ଆଲୋକ ଶର୍ମା । ଦୈନନ୍ଦିନ ବିବରଣୀ ଦେଇ ସେ ଗଣମାଧ୍ୟମକୁ କହିଛନ୍ତି କି ଦେଶରେ କୋରୋନା ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ଆଧରରେ ଏହି ନିଷ୍ପତ୍ତି ନିଆଯାଇଛି । ଦେଶରେ ଆଲର୍ଟ ସ୍ତର ଯେତିକି ବଢିବ ଲକଡାଉନର କଟକଣା ସେତିକି କଡା ହେବ ବୋଲି ସେ ସୂଚନା ଦେଇଛନ୍ତି ।

ତେବେ ୟୁକେର ଜନତା ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରୁଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଲୋକ । ଦେଶରେ କୋରୋନା ପରିସ୍ଥିତି ଗମ୍ଭୀର ରହିଥିବା ବେଳେ ନାଗରିକଙ୍କ ସହଯୋଗ ଯୋଗୁଁ ବର୍ତ୍ତମାନ ଲକଡାଉନ ସ୍ତର ତୃତୀୟକୁ ହ୍ରାସ ପାଇଛି । ତେବେ ଦେଶ ବର୍ତ୍ତମାନ ସତର୍କତାମୂଳକ ପଦକ୍ଷେପ ସହ ତୃତୀୟସ୍ତରକୁ ଯିବା ପାଇଁ ପ୍ରସ୍ତୁତ ରହିଥିବା ସେ ପ୍ରକାଶ କରିଛନ୍ତି ।

ଏହି ନିୟମ ଲାଗୁ ପରେ ସରକାର ପ୍ରତ୍ୟେକ ସ୍ତରରେ ଏହାର ପ୍ରଭାବକୁ ନିରୀକ୍ଷଣ କରିବେ । ଏହାପରେ ଯେବେ ସରକାରଙ୍କୁ ଅନୁଭବ ହେବ କି ଦେଶ ସୁସ୍ଥ ରହିଛି, ସେହି ସମୟରେ ହିଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ନୂଆ ନିମୟ ଆଧାରରେ ବର୍ତ୍ତମାନ ଲୋକେ ନିଜ ଘରୁ ବାହାରି ଚଲାବୁଲା କରିବା ସହ ବ୍ୟାୟାମ ମଧ୍ୟ କରିପାରିବେ । ହେଲେ ବନ୍ଧୁ ବାନ୍ଧବ ଓ ପଡୋଶୀଙ୍କ ଘରକୁ ଯିବାରେ ଏବେ ବି କଟକଣା ବଳବତ୍ତର ରହିବ । କିନ୍ତୁ ଜଣେ ଚାହିଁଲେ ଘର ବାହାରେ ଅନ୍ୟଙ୍କୁ ଦେଖା କରିପାରିବ । ଆଉ ଏହି ସମୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି ।

ବର୍ତ୍ତମାନ ଦେଶରେ 34,636ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଥିବା ବେଳେ ଏଯାବତ 2,44,995ଜଣ ଆକ୍ରାନ୍ତ ରହିଥିବା ଜଣା ପଡିଛି ।

@IANS

ABOUT THE AUTHOR

...view details