ଓଡିଶା

odisha

ETV Bharat / international

ହଜାରରୁ ଉର୍ଦ୍ଧ୍ବ ଆକାଉଣ୍ଟ ହଟାଇ ତୁର୍କୀର କ୍ରୋଧର ଶିକାର ଟ୍ବିଟର - ଟ୍ବିଟର ଆକାଉଣ୍ଟ ଡିଲିଟ ବିବାଦ

ତୁର୍କୀରେ ଘରୋଇ ଲୋକଙ୍କ ଟାର୍ଗେଟ କରି କେତେକ ଫେକ ଆକାଉଣ୍ଟ ପରିଚାଳିତ ହେଉଛି । ଏହି ଆକାଉଣ୍ଟରେ ସନ୍ଦେହଜନକ ତଥ୍ୟ ରହିଥିବାରୁ ପ୍ରାୟ 7340ଟି ଟ୍ବିଟର ଆକାଉଣ୍ଟକୁ ଡିଲିଟ କରିଥିଲା ଟ୍ବିଟର । ଯାହାର କଡା ନିନ୍ଦା କରିଛି ତୁର୍କୀ । ଅଧିକ ପଢ଼ନ୍ତୁ...

accounts deleted in twitter, twitter latest news, twitter account delete controversy, turkey slams twitter, ଟ୍ବିଟରରୁ ଆକାଉଣ୍ଟ ଡିଲିଟ, ଟ୍ବିଟର ଲାଟେଷ୍ଟ ନ୍ୟୁଜ୍‌, ଟ୍ବିଟର ଆକାଉଣ୍ଟ ଡିଲିଟ ବିବାଦ, ଟ୍ବିଟର ବିରୁଦ୍ଧରେ ତୁର୍କୀ
ହଜାରରୁ ଉର୍ଦ୍ଧ୍ବ ଆକାଉଣ୍ଟ ହଟାଇ ତୁର୍କୀର କ୍ରୋଧର ଶିକାର ଟ୍ବିଟର

By

Published : Jun 14, 2020, 1:18 AM IST

ଲଣ୍ଡନ: ତୁର୍କୀରେ ଘରୋଇ ଲୋକଙ୍କ ଟାର୍ଗେଟ କରି କେତେକ ଫେକ ଆକାଉଣ୍ଟ ପରିଚାଳିତ ହେଉଛି । ଏହି ଆକାଉଣ୍ଟରେ ସନ୍ଦେହଜନକ ତଥ୍ୟ ରହିଥିବାରୁ ପ୍ରାୟ 7340ଟି ଟ୍ବିଟର ଆକାଉଣ୍ଟକୁ ଡିଲିଟ କରିଥିଲା ଟ୍ବିଟର । ଯାହାର ପ୍ରତିବାଦରେ ଏହି ସବୁ ଆକାଉଣ୍ଟ ରାଷ୍ଟ୍ରପତି ରେସେପ ତାୟିପଙ୍କ ସମର୍ଥନରେ ଖୋଲାଯାଇଥିବା ଫେକ ଆକାଉଣ୍ଟ ନୁହେଁ ବୋଲି ତୁର୍କୀ ଜବାବ ଦେଇଛି ।

ଏହି ବିବାଦରେ ତୁର୍କୀ ପ୍ରେସିଡେନ୍ସି କମ୍ୟୁନିକେସନ୍ସର ନିର୍ଦ୍ଦେଶକ ଫାହରେଟିନ ଅଲତୁନ କହିଛନ୍ତି କି ଟ୍ବିଟର କୌଣସି ସାଧାରଣ ସୋସିଆଲ ମିଡିଆ ହୋଇ ରହିନାହିଁ । ଏହା ରାଜନୈତିକ ଓ କିଛି ନିର୍ଦ୍ଦିଷ୍ଟ ବିଚାରଧାରାକୁ ନେଇ ପରିଚାଳିତ ଏକ ପ୍ରଚାର ଯନ୍ତ୍ର ମାତ୍ର । ଏଠାରେ ଲୋକଙ୍କର ନିଜ ବାକ୍‌ ସ୍ବାଧୀନତା ଅନେକ ସମୟରେ କ୍ଷୁର୍ଣ୍ଣ ହେଉଥିବା ଦେଖିବାକୁ ମିଳିଛି । ଜ୍ବଳନ୍ତ ଉଦାହରଣ ସ୍ବରୂପ ଟ୍ବିଟରରୁ ଡିଲିଟ ହୋଇଥିବା ହଜାର ହଜାର ଆକାଉଣ୍ଟକୁ କେଉଁ ଆଧାରରେ ଟ୍ବିଟର ଫେକ ଓ ଭ୍ରମାତ୍ମକ ନିର୍ଣ୍ଣୟ କରିଥିଲା ବୋଲି ସେ ପ୍ରଶ୍ନ କରିଥିଲେ ।

ଟ୍ବିଟର ଏନେଇ ଦର୍ଶାଇଥିବା କାରଣ ଯୁକ୍ତିଯୁକ୍ତ ନୁହେଁ ଏବଂ ଏହି ସବୁ କାରଣ ପକ୍ଷପାତିତାର ଆଭାସ ଦେଉଛି ବୋଲି ତୁର୍କୀ ଅଭିଯୋଗ କରିଛି । ତେବେ ପ୍ରତିବାଦ ସ୍ବରୂପ ନିକଟରେ ୟୁଟ୍ୟୁବ୍‌, ୱିକିପିଡିଆ, ଅନଲାଇନ ଏନସାଇକ୍ଲୋପିଡିଆ ଓ ଟ୍ବିଟର ଆଦିର ଆକ୍ସେସକୁ ତୁର୍କୀରେ ବ୍ଲକ କରାଯାଇଥିଲା । ସେପଟେ ଶୁକ୍ରବାର ଟ୍ବିଚର ଦେଇଥିବା ରିପୋର୍ଟ ମୁତାବକ ମୋଟ ତୁର୍କୀ, ଚୀନ ଓ ଋଷିଆରେ 32,242ଟି ଆକାଉଣ୍ଟକୁ ଫେକ ଦର୍ଶାଯାଇ ଡିଲିଟ କରାଯାଇଛି । ସେହିପରି କେବଳ ଚୀନରେ 1.73 ଲକ୍ଷ ଆକାଉଣ୍ଟକୁ ଟ୍ବିଟର ଡିଲିଟ କରିଥିବା ଜଣା ପଡିଛି ।

@IANS

ABOUT THE AUTHOR

...view details