ଓଡିଶା

odisha

‘ଆଇଏସକୁ ସାହାଯ୍ୟ କରିଛି କୋରୋନା’

ନରୱେ ସେନାର ମୁଖ୍ୟ କହିଛନ୍ତି । ଇରାକ କେବଳ ଭୂତାଣୁ ନୁହେଁ ଏହି ଆତଙ୍କୀଙ୍କ ସହ ମଧ୍ୟ ଲଢେଇ କରୁଛି ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ..

By

Published : May 15, 2020, 12:29 AM IST

Published : May 15, 2020, 12:29 AM IST

‘ଆଇଏସକୁ ସାହାଯ୍ୟ କରିଛି କୋରୋନା’
‘ଆଇଏସକୁ ସାହାଯ୍ୟ କରିଛି କୋରୋନା’

କୋପେନହାଗେନ: ଇରାକରେ ସକ୍ରିୟ ଥିବା ଆଇଏସ ଆତଙ୍କୀଙ୍କୁ ପରୋକ୍ଷରେ ସାହାଯ୍ୟ କରିଛି କୋରୋନା ଭୂତାଣୁ । ଏନେଇ ସେଠାରେ ଥିବା ନରୱେ ସେନାର ମୁଖ୍ୟ କହିଛନ୍ତି । ଇରାକ କେବଳ ଭୂତାଣୁ ନୁହେଁ ଏହି ଆତଙ୍କୀଙ୍କ ସହ ମଧ୍ୟ ଲଢେଇ କରୁଛି ବୋଲି ସେ କହିଛନ୍ତି ।

ତାଙ୍କ କହିବାନୁସାରେ ଇରାକରେ ଅନେକ ଫାର୍ମଲାଣ୍ଡ ରହିଛି ଯେଉଁଠାରେ ଏହି ଆତଙ୍କୀ ନିଡ ଆଡ୍ଡାସ୍ଥଳୀ କରିଛନ୍ତି । ସେଠାରେ ଲୋକ କମ ରହୁଥିବାରୁ ଅଞ୍ଚଳ ଏତେ ଜନବହୁଳ ନୁହେଁ । ଇରାକୀ ସେନା କୋରୋନା ମୁକାବିଲାରେ ସରକାରଙ୍କୁ ସାହାଯ୍ୟ କରୁଥିବାବେଳେ ସେପଟ ଅଞ୍ଚଳକୁ ଅଧିକ ଗସ୍ତ କରନ୍ତି ନାହିଁ । ଏହାର ସୁଯୋଗ ନେଇ ଆଇଏସ ସଙ୍ଗଠନ ସେହି ଅଞ୍ଚଳରେ ନିଜର ସାମ୍ରାଜ୍ୟ ବିସ୍ତାର କରୁଛି । ଏହାସହ କୃଷି କ୍ଷେତ ମଧ୍ୟରେ ଲୁଚି ରହିଥିବା ଏହି ସ୍ଥାନକୁ ଭୂତାଣୁ ସଂକ୍ରମଣ ହୋଇନାହିଁ । ଏହାର ଫାଇଦା ଉଠାଇ ସେମାନେ ଇରାକୀ ସେନା ଉପରେ ବାରମ୍ବାର ଆକ୍ରମଣ କରୁଛନ୍ତି । ଯଦିଚ କୋରୋନା ପୂର୍ବରୁ ଥିବା ଆକ୍ରମଣ ମାତ୍ରା ଅପେକ୍ଷା ଏହା କମ ରହିଛି ତଥାପି ଏପରି ସମୟରେ ଏହା ଚିନ୍ତାଜନକ ବୋଲି ଲେଫନାଣ୍ଟ କୋଲୋନେଲ ଷ୍ଟେନ ଗ୍ରୋଙ୍ଗଷ୍ଟାଡ କହିଛନ୍ତି ।

ଇରାକ ବର୍ତ୍ତମାନ କୋରୋନା, ଆଇଏସ ଓ ତୈଳ ସଙ୍କଟ ସହ ଗତି କରୁଛି । ନିକଟରେ ତୈଳର ମୂଲ୍ୟ ସର୍ବକାଳୀନ କମ ରହିଛି । ଯାହା ଉପରେ ଦେଶର ଅର୍ଥନୈତିକ ନିର୍ଭର କରେ ତାହା ହିଁ ସବୁଠାରୁ ସମସ୍ୟା ଭିତରେ ଅଛି । ତେବେ ସରକାର ତୈଳ ଓ କୋରୋନା ସମସ୍ୟାରେ ରହିଥିବାବେଳେ ଏହାର ଫାଇଦା ଉଠାଇ ଆତଙ୍କବାଦୀ ସିରିୟା ଏବଂ ଇରାକ ଉପରେ ଆକ୍ରମଣ କରୁଛନ୍ତି ବୋଲି ଷ୍ଟେନ କହିଛନ୍ତି । ଯେଉଁ ପରିସ୍ଥିତିରେ ସାରା ବିଶ୍ବ କୋରୋନା ସହ ଲଢୁଛି ସେପରି ସମୟରେ ଆଇଏସ ଏହାର ଫାଇଦା ନେଉଛି । କୋରୋନା ଯୋଗୁଁ ଏହା ପରୋକ୍ଷରେ ନିଜ ପତିଆରା ବୃଦ୍ଧି କରିଛି ବୋଲି ସେ କହିଛନ୍ତି । ପ୍ରକାଶ ଥାଉ କି କୋରୋନା ଯୋଗୁଁ ଇରାକରେ 3032 ଲୋକ ସଂକ୍ରମଣ ହୋଇଛନ୍ତି ଏବଂ 115 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 1966 ସୁସ୍ଥ ହୋଇଥିବା ଜଣାପଡିଛି ।

ABOUT THE AUTHOR

...view details