ଓଡିଶା

odisha

ETV Bharat / international

Russia Ukraine War: ଖାଲି ହେଉଛି ମାରିଓପୋଲ, ପୋଲିସ ଅଧିକାରୀ କହିଲେ ବିଶ୍ବ ମାନଚିତ୍ରରୁ ଲିଭିଯିବ - ୟୁକ୍ରେନର ଅବରୋଧିତ ସହରରୁ ସ୍ଥାନାନ୍ତରଣ ଜାରି

ବର୍ତ୍ତମାନ ସୁଦ୍ଧା ୬ ହଜାର ୬୨୩ ଜଣଙ୍କୁ ସ୍ଥାନନ୍ତରଣ କରାଯାଇଥିବା ବେଳେ ୪ ହଜାର ୧୨୮ ଜଣ ମାରିଅପୋଲର ରହିଛନ୍ତି । ସେମାନଙ୍କୁ ଉତ୍ତର-ପଶ୍ଚିମ ଜାପୋରିଜିଆକୁ ନିଆଯାଇଛି । ଅଧିକ ପଢନ୍ତୁ

Thousands flee Mariupol as Russians advance
Thousands flee Mariupol as Russians advance

By

Published : Mar 20, 2022, 12:17 PM IST

ମାରିଅପୋଲ:ଆଜିକୁ ୨୫ ଦିନରେ ପହଞ୍ଚିଲାଣି ୟୁକ୍ରେନ-ଋଷ ଯୁଦ୍ଧ । ଯୁଦ୍ଧ ଥମିବାର ନାଁ ନେଉନାହିଁ । ଯୁଦ୍ଧ ବିଭୀଷିକା ଭିତରେ ତ୍ରାହିତ୍ରାହି ଡାକୁଛି ୟୁକ୍ରେନ । ବଢିବାରେ ଲାଗିଛି ୟୁକ୍ରେନ ଧ୍ବସଂ ତାଲିକା । ବିଚାର ବିମର୍ଶ ପରେ ବାହାରୁନି ନିଷ୍କର୍ସ । ଏହାରି ଭିତରେ ୟୁକ୍ରେନର ଅବରୋଧିତ ସହର ଗୁଡିକରୁ 10 ଟି ମାନବିକ କରିଡର ମଧ୍ୟରୁ ୮ଟି ସହରରେ ଶନିବାର ଠୁ ସ୍ଥାନନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୬ ହଜାର ୬୨୩ ଜଣଙ୍କୁ ସ୍ଥାନନ୍ତରଣ କରାଯାଇଥିବା ବେଳେ ୪ ହଜାର ୧୨୮ ଜଣ ମାରିଅପୋଲରେ ରହିଛନ୍ତି । ସେମାନଙ୍କୁ ଉତ୍ତର-ପଶ୍ଚିମ ଜାପୋରିଜିଆକୁ ନିଆଯାଇଛି ।

ଶନିବାର ଋଷ ଅବରୋଧିତ ସହର ମାରିଅପୋଲରେ ଆକ୍ରମଣ କରିଥିଲା । ଯେଉଁଠାର ଏକ ବଡ଼ ଇସ୍ପାତ କାରଖାନା ବନ୍ଦ ହୋଇଯାଇଥିଲା । ସ୍ଥାନୀୟ କର୍ତ୍ତୃପକ୍ଷ ସହାୟତା ଲୋଡିଥିଲେ ।ୟୁକ୍ରେନର ଜଣେ ପୋଲିସ ଅଫିସର ଚେତାବାନୀ ଦେଇଥିଲେ ଯେ ଅବରୋଧିତ ସହରଗୁଡିକ ପୃଥିବୀରୁ ଧ୍ବସଂ ହୋଇଯିବ । ଆମେରିକା ଏବଂ ଫ୍ରାନ୍ସ ଦେଶକୁ ଆଧୁନିକ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ସହାୟତା ଲୋଡିଥିଲେ । ସେ ଏକ ଭିଡିଓ ଜାରି କରି ରହିଥିଲେ ଶିଶୁ ଓ ବୃ୍ଦ୍ଧମାନଙ୍କ ଅକାଳରେ ଜୀବନ ଯାଉଛି । ସହରଗୁଡିକ ଧ୍ବଂସ ହୋଇଯାଉଛି । ଖୁବଶୀଘ୍ର ଏହା ପୃଥିବୀରୁ ହଜିଯିବ । ଅନେକ ଅଟ୍ଟାଳିକା ନଷ୍ଟ ହେବାରେ ଲାଗିଛି । ଖାଲି ବିସ୍ଫୋରଣ ଗୁଳି ଗୋଳାର ଶଦ୍ଦ ହିଁ ଶୁଣାଯାଉଛି ବୋଲି କହିଛନ୍ତି ୟୁକ୍ରେନ ପୋଲିସ ଅଫିସର ମିଚେଲ ଭରସିନ।

ମାରିଓପୋଲ ନଗର ପରିଷଦ ଦାବି କରିଛି ଯେ, ଋଷର ସେନା ହଜାର ହଜାର ସହରବାସୀଙ୍କୁ ଋଷକୁ ସ୍ଥାନାନ୍ତର କରିବାକୁ ବାଧ୍ୟ କରିଛନ୍ତି। ପରିଷଦର ବିବୃତ୍ତିରେ କୁହାଯାଇଛି ଯେ ଦଖଲକାରୀମାନେ ଲୋକମାନଙ୍କୁ ୟୁକ୍ରେନରୁ ଋଷିଆ ଅଞ୍ଚଳ ଛାଡିବାକୁ ବାଧ୍ୟ ହେଉଛନ୍ତି। ବିଶେଷ କରି ମହିଳା ଓ ଶିଶୁମାନେ ସାମିଲ ଅଛନ୍ତି ।

ଏହା ବି ପଢନ୍ତୁ...Ukraine War: ହାଇପରସୋନିକ ମିସାଇଲ ମାଡ କଲା ଋଷ, ୟୁକ୍ରେନର ଅଣ୍ଡରଗ୍ରାଉଣ୍ଡ ଅସ୍ତ୍ର ଭଣ୍ଡାର ଧ୍ବଂସ

ପ୍ରକାଶ ଥାଉ କି, ୟୁକ୍ରେନ ଓ ଋଷିଆ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ନେଇ ଶୁକ୍ରବାର ବାଇଡେନ ଓ ଜିନିପିଙ୍ଗଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଉଭୟଙ୍କ ମଧ୍ୟରେ ପ୍ରାୟ ଦେଢ ଘଣ୍ଟା ଧରି ଅଲୋଚନା ହୋଇଥିଲା । ଯୁଦ୍ଧ ଯୋଗୁଁ କାହାରି ହିତସାଧନ ହେବ ନାହିଁ ବୋଲି ଆଲୋଚନା ବେଳେ ଜିନପିଙ୍ଗ କହିଛନ୍ତି। ୟୁକ୍ରେନ ଯୁଦ୍ଧ ପରି ଏକ ସଂକଟକୁ କେହି ଚାହୁଁନଥିଲେ ସଙ୍କଟର ସମାଧାନ ପାଇଁ ଉଭୟ ଆମେରିକା ଓ ଚୀନ ମିଳିତ ଭାବେ ଦାୟିତ୍ବ ର୍ନିବାହ କରିବା ଉଚିତ ବୋଲି ଜିନପିଙ୍ଗ କହିଥିବା ଚୀନ ସରକାରୀ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ABOUT THE AUTHOR

...view details