ଓଡିଶା

odisha

ETV Bharat / international

କୋରୋନା ଟୀକା କୌଣସି ଯାଦୁ ବଟିକା ହେବନି: WHO - corona vaccine will not a magic pill

ସମଗ୍ର ବିଶ୍ବବାସ ଯେତବେଳେ କୋରୋନା କୋରୋନା ଟୀକା ବାହାରିବା ନେଇ ଚାତକ ପରି ଅପେକ୍ଷା କରି ବସିଛନ୍ତି । ଏପରି ସମୟରେ WHO ମହାନିର୍ଦ୍ଦେଶକ ଟୀକା ଉପରେ ଭିନ୍ନ ମତ ରଖିଛନ୍ତି । ଅଧିକ ପଢନ୍ତୁ...

'କୋରୋନା ଟୀକା କୌଣସି ଯାଦୁ ବଟିକା ହବନି, ଯାହା ଏକ ମୂହୁର୍ତ୍ତରେ ସମ୍ପୂର୍ଣ୍ଣ ବାଇରସକୁ ଶେଷ କରିଦେବ'
'କୋରୋନା ଟୀକା କୌଣସି ଯାଦୁ ବଟିକା ହବନି, ଯାହା ଏକ ମୂହୁର୍ତ୍ତରେ ସମ୍ପୂର୍ଣ୍ଣ ବାଇରସକୁ ଶେଷ କରିଦେବ'

By

Published : Aug 10, 2020, 4:14 PM IST

ଜେନେଭା: କୋରୋନା ସଙ୍କଟକୁ ମୁକାବିଲା କରୁଥିବା ସମଗ୍ର ବିଶ୍ୱ ଏବେ ଭ୍ୟାକସିନର ଅପେକ୍ଷା ଅଛି । ଆସନ୍ତା କିଛି ମାସ ମଧ୍ୟରେ କୋରୋନା ଟିକା ଆସିବ ବୋଲି ଆଶା କରାଯାଉଛି। କିନ୍ତୁ ଏହାପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହି ଟିକା ସମ୍ପର୍କରେ ଚେତାବନୀ ଦେଇଛି। WHO କହିଛି ଯେ କୋରୋନା ଟିକା ଏକ ଯାଦୁ ବଟିକା ହେବ ନାହିଁ, ଯାହା ଆଖି ପିଛୁଳାକେ କୋରୋନା ଭୁତାଣୁକି ସମ୍ପୂର୍ଣ୍ଣ ରୂପେ ଶେଷ କରିଦେବ। WHO ମହାନିର୍ଦ୍ଦେଶକ ଟେଡ୍ରୋସ କହିଛନ୍ତି ଯେ, ଆମକୁ ଆହୁରି ବହୁତ ଦୂର ଯିବାକୁ ଅଛି, ତେଣୁ ସମସ୍ତଙ୍କୁ ଏକାଠି ଉଦ୍ୟମ କରିବାକୁ ପଡିବ ।

ଗୋଟିଏ ଦିନ ପୂର୍ବରୁ WHO ଟିକା ଉପରେ ଜାତୀୟତାବାଦ ବିରୋଧରେ ଚେତାବନୀ ଦେଇଥିଲା। WHO ଧନୀ ଦେଶମାନଙ୍କୁ ଚେତାବନୀ ଦେଇଛି ଯେ, ଯଦି ସେମାନେ ନିଜ ଦେଶର ଲୋକଙ୍କ ଚିକିତ୍ସା ଜାରି ରଖନ୍ତି ଏବଂ ଯଦି ଗରିବ ଦେଶମାନଙ୍କରେ ଲୋକେ ରୋଗରେ ପୀଡିତ ହୁଅନ୍ତି, ତେବେ ସେମାନେ ନିରାପଦରେ ରହିବାର ଆଶା କରିବା ବ୍ୟର୍ଥ ।

ଟ୍ରେଡୋସ କହିଛନ୍ତି ଯେ, ଟିକା ଉପରେ ରାଷ୍ଟ୍ରବାଦ ଭଲ ନୁହେଁ, ଏହା ବିଶ୍ବକୁ ସାହାଯ୍ୟ କରିବ ନାହିଁ। ଶୀଘ୍ର ସୁସ୍ଥ ହେବା ପାଇଁ ଏହାକୁ ଏକ ସମୟରେ ଆରୋଗ୍ୟ କରିବାକୁ ପଡିବ, କାରଣ ଏହା ଏକ ବୈଶ୍ବକୃତି ହୋଇଥିବା ବିଶ୍ୱ ଅଟେ । ଅର୍ଥନୀତି ପରସ୍ପର ସହ ଜଡିତ । କେବଳ ବିଶ୍ବରର କିଛି ଅଂଶ କିମ୍ବା କେବଳ କିଛି ଦେଶ ସୁରକ୍ଷିତ କିମ୍ବା ଭଲ ରହିପାରିବେ ନାହିଁ ।

କୋଭିଡ-19 ଟିକା ଅନୁମୋଦନ କରିବାରେ ଋଷ ପ୍ରଥମ ଦେଶ ହେବାକୁ ଯାଉଛି। ଋଷର ଡେପୁଟି ସ୍ୱାସ୍ଥ୍ୟମନ୍ତ୍ରୀ ଓଲେଗ ଗ୍ରିଡନେଭ କହିଛନ୍ତି ଯେ, ଅଗଷ୍ଟ 12ରେ ସେ କୋରୋନା ବିରୁଦ୍ଧରେ ପ୍ରସ୍ତୁତ ପ୍ରଥମ ଟିକାକୁ ଅନୁମୋଦନ କରିବେ। ଏହି ଟିକା ମସ୍କୋରେ ଥିବା ଗମଲେୟା ଇନଷ୍ଟିଚ୍ୟୁଟ ଏବଂ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ କରାଯାଇଛି ।

ABOUT THE AUTHOR

...view details