ଓଡିଶା

odisha

By

Published : Feb 3, 2021, 9:45 AM IST

ETV Bharat / international

ଚାଷୀଙ୍କ ସମର୍ଥନରେ ବିଦେଶୀ ଝିଅ

ଅଭିନେତ୍ରିୀ ରିହାନାଙ୍କ ଟ୍ବିଟ ଭାଇରାଲ ହେବା ପରେ ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଚାଷୀ ଆନ୍ଦୋଳନ ସକ୍ଷମରେ କହିଛନ୍ତି । ହେଲେ ବିରୋଧରେ ଏଯାବତ କଙ୍ଗନା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସ୍ବିଡେନ: ବିଦେଶୀ ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ତିନି କୃଷି ନିୟମ ବିରୁଦ୍ଧରେ ନୂଆଦିଲ୍ଲୀ ସୀମାରେ ବିରୋଧ କରୁଥିବା ଚାଷୀଙ୍କୁ ସମର୍ଥନ ଜଣାଇଛନ୍ତି । ସେ ଚାଷୀଙ୍କ ସହ ଏକତା ରଖିଛନ୍ତି ବୋଲି କହିଛନ୍ତି । ସେ ସୋସିଆଲ ମିଡିଆରେ ଚାଷୀଙ୍କ ଦୁଃଖ ବିଷୟରେ ଆଲୋଚନା କରି ନିଜ ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ ପୂର୍ବରୁ ହଲିଉଡର ପପୁଲାର ପପ୍ ଗାୟିକା ରିହାନା ମଧ୍ୟ ଚାଷୀଙ୍କ ସପକ୍ଷରେ କହିସାରିଛନ୍ତି ।

ଗ୍ରେଟା ମଙ୍ଗଳବାର ଏକ ଟ୍ବିଟ କରି ଲେଖିଥିଲେ, ‘ଆମେ ଏକତା ସହିତ କୃଷକ ଆନ୍ଦୋଳନ ସହ ଠିଆ ହୋଇଛୁ ।’ ତାଙ୍କ ଏହି ଟ୍ବିଟ ରିହାନାଙ୍କ ସମର୍ଥନ ପରେ ସାମ୍ନାକୁ ଆସିଥିଲା ।

ଯେଉଁଥିରେ ରିହାନା ଲେଖିଥିଲେ, ‘ଆମେ କାହିଁକି ଏ ବିଷୟରେ କଥାବାର୍ତ୍ତା କରୁନାହୁଁ ?’ । ପ୍ରକାଶ ଥାଉକି ବଲିଉଡରୁ ନେଇ ହଲିଉଡର ଅନେକ ସେଲିବ୍ରିଟି ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇସାରିଲେଣି । ସେପଟେ ଆମେରିକାର ଉପ-ରାଷ୍ଟ୍ରପତି କମଲା ହାରିସଙ୍କ ଭାଣେଜୀ ତଥା ଲେଖିକା ମୀନା ହାରିସ ସୋସିଆଲ ମିଡିଆରେ ଆନ୍ଦୋଳନକାରୀ ଚାଷୀଙ୍କ ପ୍ରତି ମଧ୍ୟ ସମର୍ଥନ ଜଣାଇଥିଲେ।

ହେଲେ କଙ୍ଗନା ରଣାୱତ ଏହାକୁ ବିରୋଧ କରୁଥିବାର ନଜର ଆସୁଛନ୍ତି । ସେ ଏବେ ମଧ୍ୟ ରିହାନାଙ୍କୁ ମୂର୍ଖ କହି ଚାଷୀଙ୍କୁ ଆତଙ୍କବାଦୀ ସହ ତୁଳନା କରିଛନ୍ତି ଚର୍ଚ୍ଚାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details