ଓଡିଶା

odisha

ETV Bharat / international

ଷ୍ଟିଫେନ ହକିଙ୍ଗଙ୍କ ପୁରୁଣା ଭେଣ୍ଟିଲେଟର NHSକୁ ଦାନ

। ସାରା ବିଶ୍ବରେ ବର୍ତ୍ତମାନ କୋରୋନା କାଳରେ ସେ ବ୍ୟବହୃତ କରୁଥିବା ପୁରୁଣା ଭେଣ୍ଟିଲେଟର, ତାଙ୍କୁ ଚିକିତ୍ସା କରୁଥିବା ସେହି ଡାକ୍ତରଖାନାରେ କୋରୋନାଭାଇରସ୍ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଜାତୀୟ ସ୍ବାସ୍ଥ୍ୟ ସେବା (NHS) କୁ ଦାନ କରାଯାଇଛି ବୋଲି ଏକ ମିଡିଆ ରିପୋର୍ଟରେ ପ୍ରକାଶ କରାଯାଇଛି । ଅଧିକ ପଢନ୍ତୁ...

Stephen Hawking
Stephen Hawking

By

Published : Apr 23, 2020, 5:31 PM IST

ଲଣ୍ଡନ: ବିଶ୍ବ ପ୍ରସିଦ୍ଧ ପଦାର୍ଥବିଜ୍ଞାନୀ ସ୍ବର୍ଗତ ଷ୍ଟିଫେନ୍‌ ହକିଙ୍ଗ ସେ ତାଙ୍କର ସମଗ୍ର ଜୀବନ ବିଶ୍ବର ଗୋପନୀୟ ରହସ୍ୟ ଉନ୍ମୋଚନ କରିବାରେ ଉତ୍ସର୍ଗ କରିଥିଲେ । ସାରା ବିଶ୍ବରେ ବର୍ତ୍ତମାନ କୋରୋନା କାଳରେ ସେ ବ୍ୟବହୃତ କରୁଥିବା ପୁରୁଣା ଭେଣ୍ଟିଲେଟର, ତାଙ୍କୁ ଚିକିତ୍ସା କରୁଥିବା ସେହି ଡାକ୍ତରଖାନାରେ କୋରୋନାଭାଇରସ୍ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଜାତୀୟ ସ୍ବାସ୍ଥ୍ୟ ସେବା (NHS) କୁ ଦାନ କରାଯାଇଛି ବୋଲି ଏକ ମିଡିଆ ରିପୋର୍ଟରେ ପ୍ରକାଶ କରାଯାଇଛି ।

ବୁଧବାର ଏକ ଖବରକାଗଜ ରିପୋର୍ଟରେ ଷ୍ଟିଫେନଙ୍କ ପୁରୁଣା ଭେଣ୍ଟିଲେଟର କେମ୍ବ୍ରିଜ୍ର ରୟାଲ୍ ପାପ୍ବର୍ଥ ହସ୍ପିଟାଲରେ କ୍ଲିନିକାଲ୍ ଇଞ୍ଜିନିୟରିଂ ଦଳ ଦ୍ବାରା ଯାଞ୍ଚ କରାଯାଇଥିଲା। ଷ୍ଟିଫେନଙ୍କ ଝିଅ ଲୁସି ହକିଙ୍ଗ କହିଛନ୍ତି ଯେ 2018 ରେ ମୃତ୍ୟୁବରଣ କରିଥିବା ତାଙ୍କ ପିତାଙ୍କୁ ଡାକ୍ତରଖାନାରେ ଅତ୍ୟନ୍ତ ଯତ୍ନ ଓ ଆଦର ସହକାରେ ଚିକିତ୍ସା କରାଯାଇଥିଲା । ଏହାସହ ସେ NHS କୁ ସାହାଯ୍ୟ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏବେ ସେ ତାଙ୍କ ଦ୍ବାରା ବ୍ୟବହୃତ ଭେଣ୍ଟିଲେଟରକୁ ଦାନ କରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, ବ୍ରିଟେନରେ 134,638 କୋରୋନାଭାଇରସ୍ ସଂକ୍ରମଣ ରିପୋର୍ଟ ରହିିଛି । ଏହାସହ 18,100 ମୃତ୍ୟୁ ହୋଇଥିବା ବେଳେ ଏବେ କୋରୋନା ରିପୋର୍ଟରେ ସାଧାରଣ ସୁଧାର ଦେଶରେ ଅଛି ।

@IANS

ABOUT THE AUTHOR

...view details