ଓଡିଶା

odisha

ETV Bharat / international

କୋରୋନା ଆତଙ୍କ: ସ୍ପେନ ଲକ୍‌ଡାଉନ - ସ୍ପେନ ଲକ୍‌ଡାଉନ

ସ୍ପେନ ଇଟାଲୀକୁ ଅନୁସରଣ କରିଛି ଏବଂ କୋରୋନା ଭାଇରସ ବିସ୍ତାରକୁ ମୁକାବିଲା କରିବା ପାଇଁ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛି । ଚିକିତ୍ସା କିମ୍ବା ଖାଦ୍ୟ କିଣିବା ବ୍ୟତୀତ ଘର ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Mar 15, 2020, 12:44 PM IST

ମାଦ୍ରିଦ: ସାରା ବିଶ୍ବରେ ଏବେ କୋରୋନା ଆତଙ୍କ । ଚୀନରୁ ବ୍ୟାପିବା ପରେ ଏବେ ୟୁରୋପ ମହାଦେଶକୁ ଗ୍ରାସ କରିଛି କୋରୋନା । ଚୀନ ପଛକୁ ଇଟାଲୀ ଓ ଇରାନ କୋରୋନା ଅକ୍ରାନ୍ତ, ସନ୍ଦିଗ୍ଧ ଓ ମୃତକଙ୍କ ସଂଖ୍ୟାରେ ପ୍ରଥମ ତିନୋଟି ସ୍ଥାନରେ ରହିଛି । ଏବେ ସ୍ପେନ ଇଟାଲୀକୁ ଅନୁସରଣ କରିଛି ଏବଂ କୋରୋନା ଭାଇରସ ବିସ୍ତାରକୁ ମୁକାବିଲା କରିବା ପାଇଁ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛି । ଚିକିତ୍ସା କିମ୍ବା ଖାଦ୍ୟ କିଣିବା ବ୍ୟତୀତ ଘର ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି ।

କୋରୋନା ଆତଙ୍କ: ସ୍ପେନ ଲକ୍‌ଡାଉନ

ପ୍ରଧାନମନ୍ତ୍ରୀ ପେଡ୍ରୋ ସାନେଜ୍ ଶନିବାର ଦେଶରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି । ଶନିବାର ସରକାର ସରକାରୀ ସ୍ତରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିବା 15 ଦିନିଆ ଜରୁରୀକାଳୀନ ପରିସ୍ଥିତିର ଏକ ଅଂଶ ଭାବରେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଶୁକ୍ରବାର ସନ୍ଧ୍ୟା ଠାରୁ ସ୍ପେନ୍ 1,500 ରୁ ଅଧିକ ନୂତନ କୋରୋନା ନାଭାଇରସ ପଜେଟିଭ ରିପୋର୍ଟ ଆସିଛି । ଏବେ ଏହି ସଂଖ୍ୟା 5,753 ମାମଲାକୁ ବୃଦ୍ଧି ପାଇଛି । ସେହିପରି କୋରୋନା କବଳରେ ସ୍ପେନ ପ୍ରଧାନମନ୍ତ୍ରୀଙ୍କ ବେଗୋନା ଗୋମେଜଙ୍କ କୋରୋନା ପଜେଟିଭ ରିପୋର୍ଟ ଆସିଛି ।

କୋରୋନା ଆତଙ୍କ: ସ୍ପେନ ଲକ୍‌ଡାଉନ

ଏହି ରୋଗ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପେନରେ 183 ଜଣଙ୍କର ମୃତ୍ୟୁ ଘଟିଛି। ସାତ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା କ୍ୟାବିନେଟ ବୈଠକ ପରେ ପ୍ରଧାନମନ୍ତ୍ରୀ ଏକ ଟେଲିଭିଜନକୁ ସମ୍ବୋଧନ କରି କହିଛନ୍ତି ଯେ, ରାସ୍ତାରେ ବୁଲିବା ନିଷେଧ ଶନିବାର ଠାରୁ ଆରମ୍ଭ କରାଯିବ । ଔଷଧ ଏବଂ ଦୋକାନ ବଜାର ବ୍ୟତୀତ ସମସ୍ତ ଷ୍ଟୋର ଦେଶବ୍ୟାପୀ ବନ୍ଦ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶରେ ଗୋଟିଏ ଦିନରେ ସର୍ବାଧିକ ଦଶ ହଜାର ସଂକ୍ରମଣ ରିପୋର୍ଟ ଆସିଥିବା କହିଛନ୍ତି ପିଏମ ପେଡ୍ରୋ ସାନେଜ୍‌ ।

ଏଠାରେ ସୂଚନା ଯୋଗ୍ୟ ଯେ ସାରା ବିଶ୍ବରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 1 ଲକ୍ଷ 54 ହଜାର 760ରେ ପହଞ୍ଚିଛି । ଏଥିସହ କୋରୋନାରେ 5764ଜଣଙ୍କ ପ୍ରାଣହାନୀ ହୋଇଥିବା ସୂଚନା ରହିଥିବା ବେଳେ 72 ହଜାରରୁ ଉର୍ଦ୍ଧ୍ବ ଲୋକ ଏଥିରୁ ଚିକିତ୍ସା ହୋଇ ବର୍ତ୍ତିଛନ୍ତି । ଅନ୍ୟପଟେ କୋରୋନା ଦେଶରେ 2ଜଣଙ୍କ ପ୍ରାଣ ନେଇଥିବା ବେଳେ 101ରୁ ଉର୍ଦ୍ଧ୍ବ ସଂକ୍ରମଣ ରିପୋର୍ଟ ସାମ୍ନାକୁ ଆସିଛି ।

@ANI

ABOUT THE AUTHOR

...view details