ମାଦ୍ରିଦ: ସ୍ପେନରେ କୋରୋନା ପରିସ୍ଥିତି ସାଙ୍ଘାତିକ ହୋଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ଅପେକ୍ଷା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଶୁକ୍ରବାର ରାତିରେ 276 ଜଣ ଲୋକଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା 25 ହଜାର ପାର କରିଛି ।
ସ୍ପେନରେ କୋରୋନାର କରାଳ ରୂପ, 25 ହଜାର ପାର ମୃତ୍ୟୁ ସଂଖ୍ୟା - ସ୍ପେନରେ କୋଭିଡ 19 ଅପଡେଟ
ସ୍ପେନରେ ମୋଟ 25 ହଜାର 100 ଜଣଙ୍କ ମୃତ୍ୟୁ ହୋଇଛି । ଆମେରିକା, ଇଟାଲୀ, ୟୁକେ ପରେ ଏହା ଚତୁର୍ଥ ସ୍ଥାନରେ ରହିଛି । ଅଧିକ ପଢନ୍ତୁ...
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁସାରେ ବର୍ତ୍ତମାନ ସ୍ପେନରେ ମୋଟ 25 ହଜାର 100 ଜଣଙ୍କ ମୃତ୍ୟୁ ହୋଇଛି । ଆମେରିକା, ଇଟାଲୀ, ୟୁକେ ପରେ ଏହା ଚତୁର୍ଥ ସ୍ଥାନରେ ରହିଛି । ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 16 ହଜାର 582ରେ ପହଞ୍ଚିଛି । 24 ଘଣ୍ଟାରେ 1000ରୁ ଅଧିକ ଆକ୍ରାନ୍ତ ବାହାରିଛନ୍ତି ।
ତେବେ ଇଟାଲୀ ପରେ ସ୍ପେନ ୟୁରୋପର ଏକମାତ୍ର ଦେଶ ଯେଉଁଠାରେ ପ୍ରଥମେ କୋରୋନା ଭୂତାଣୁ ଖୁବଶୀଘ୍ର ବ୍ୟାପିଥିଲା । ପୋକମାଛି ପରି ଲୋକେ ଆକ୍ରାନ୍ତ ହୋଇଥିଲେ । ତେବେ ଧିରେ ଧିରେ ପରିସ୍ଥିତି ସ୍ବାଭାବିକ ହେବା ସହ ବର୍ତ୍ତମାନ ଅନେକ ଜାଗାରେ କୋହଳ ହୋଇଛି । ନିକଟରେ ଦୀର୍ଘ ଦିନ ପରେ ଗୋଟିଏ ଦିନରେ ସର୍ବନିମ୍ନ ଆକ୍ରାନ୍ତ ବାହାରିବାରେ ଏଠାରେ ରେକର୍ଡ ହୋଇଥିଲା ।