ସ୍ବିଜରଲ୍ୟାଣ୍ଡ: ଟ୍ରେନ, ବସରେ ଯାତ୍ରା କରିବା ସମୟରେ ଲକ୍ଷାଧିକ ଟଙ୍କା ଛାଡି ଯାଇଥିବାର ନଜିର ରହିଛି । ମାତ୍ର ଏଭଳି ଏକ ଘଟଣା ଯାହା ଚକିତ କରିଦେବା ସହ ଚମକିତ କରିଦେବ । ଏକ ସ୍ବିସ୍ ଟ୍ରେନରେ କେହି ଜଣେ 190,000 ଡଲାର (ପ୍ରାୟ 14.48 କୋଟି ଟଙ୍କା) ସୁନା ଇଟା ଖଣ୍ଡ ଛାଡି ଚାଲିଯାଇଛନ୍ତି । ବର୍ତ୍ତମାନ ସୁଧା ଏତେ ଟଙ୍କାର ସୁନା ଅଧିକାର ପାଇଁ କେହି ଦାବିଦାର ଆସିନାହାଁନ୍ତି ।
ସ୍ବିଜରଲ୍ୟାଣ୍ଡର ଲୁସେରନ୍ ସହରର ଅଧିକାରୀମାନେ କହିଛନ୍ତି ଯେ, ଅକ୍ଟୋବରରେ ସହର ଉତ୍ତର ପ୍ରାନ୍ତରେ ଥିବା ସହର ସେଣ୍ଟ ଗାଲେନରୁ ଆସୁଥିବା ଏକ ଟ୍ରେନରେ 182,000 ସ୍ବିସ୍ ଫ୍ରାଙ୍କ ମୂଲ୍ୟର କିଛି ଖଣ୍ଡ ସୁନା ଥିବା ଦେଖିବାକୁ ମିଳିଥିଲା । ଏହାପରେ ଏହି ସୁନାର ମାଲିକଙ୍କୁ ଖୋଜିବାରେ ବର୍ତ୍ତମାନ ସୁଦ୍ଧା ସମସ୍ତ ଉଦ୍ୟମ ବିଫଳ ହୋଇଛି।