ଓଡିଶା

odisha

By

Published : May 4, 2020, 6:25 PM IST

ETV Bharat / international

ଜାପାନରେ କୋହଳ ହେବ ଲକଡାଉନ, ହେଲେ ଲକଡାଉନ ଅବଧି ବଢିବ ଆଉ ମାସେ

କୋହଳ ହେବ ଲକଡାଉନ । ଅବଧି ଆଉ ମାସେ ବଢାଇବାକୁ ନିଷ୍ପତ୍ତି ନେବେ ଜାପାନ ପ୍ରଧାନମନ୍ତ୍ରୀ ।

ଜାପାନରେ କୋହଳ ହେବ ଲକଡାଉନ,  ହେଲେ ଲକଡାଉନ ଅବଧି ବଢିବ ଆଉ ମାସେ
ଜାପାନରେ କୋହଳ ହେବ ଲକଡାଉନ, ହେଲେ ଲକଡାଉନ ଅବଧି ବଢିବ ଆଉ ମାସେ

ଟୋକିଓ: ଜାପାନରେ କୋହଳ ହେବ ତାଲାବନ୍ଦ । ଏନେଇ ଜନସାଧାରଣଙ୍କ ପାଇଁ ପାର୍କ, ସଂଗ୍ରହାଳୟ, ଲାଇବ୍ରେରୀ ଏବଂ ଅନ୍ୟାନ୍ୟ ସୁବିଧା ଖୋଲିବ ବୋଲି ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ।

ଜାପାନର ଅର୍ଥମନ୍ତ୍ରୀ ୟାସୁଟୋସି ନିଶିମୁରା ରବିବାର ଗଣମାଧ୍ୟମକୁ କହିଛନ୍ତି ଯେ ଯଦି କୋଭିଡ-19 ବିସ୍ତାରକୁ ରୋକିବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଏ, ତେବେ ଅପେକ୍ଷାକୃତ ଅଧିକ ସଂକ୍ରମଣ ଥିବା ଅଞ୍ଚଳରେ ମଧ୍ୟ ସରକାର ସେହି ସୁବିଧା ଗୁଡ଼ିକୁ ଖୋଲିବାକୁ ଅନୁମତି ଦେବେ ।

ନିଶିମୁରା କହିଛନ୍ତି ଯେ ସୋମବାର ସାମାଜିକ କାର୍ଯ୍ୟକଳାପ କିପରି ପୁନଃ ଆରମ୍ଭ ହେବ ସେନେଇ ସରକାର ଏକ ନିର୍ଦ୍ଦେଶାବଳୀ ପ୍ରକାଶ କରିବେ । ଯେତେବେଳେ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଆନୁଷ୍ଠାନିକ ଭାବେ ଜରୁରୀକାଳୀନ ପରିସ୍ଥିତିକୁ ପ୍ରାୟ ଏକ ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେବେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଟୋକିଓ, ଓସାକା, କାଇଟୋ, ହକ୍କାଇଡୋ, ଫୁକୌକା ଭଳି ସହରରେ ସରକାରୀ ସୁବିଧା ଗୁଡିକ ଉପଲବ୍ଧ ହେବ । ସଂକ୍ରମଣକୁ ଆଖି ଆଗରେ ରଖି ସରକାର ଏଥିପ୍ରତି ପଦକ୍ଷେପ ମଧ୍ୟ ନେଉଛନ୍ତି । ମନ୍ତ୍ରୀଙ୍କ ଅନୁଯାୟୀ, ଅଣ-ସହରାଞ୍ଚଳରେ ଅସୁବିଧାଜନକ ମଧ୍ୟମ ଆକାରର ସଂସ୍ଥା ଗୁଡ଼ିକୁ ଆର୍ଥିକ ସହାୟତା କରିବାକୁ ଜାପାନର ଆଞ୍ଚଳିକ ଅର୍ଥନୀତି ଭିଟାଲାଇଜେସନ୍ କର୍ପୋରେସନ୍, ସରକାରୀ-ବେସରକାରୀ ପୁଞ୍ଜି ବିନିଯୋଗ ପାଣ୍ଠି ବ୍ୟବହାର କରିବାକୁ ମଧ୍ୟ ସରକାର ଦୃଷ୍ଟି ରଖିଛନ୍ତି ।

ABOUT THE AUTHOR

...view details