ନୂଆଦୀଲ୍ଲୀ:ଶେଷରେ ଋଷ ଆକ୍ରମଣରେ ଧରାଶୟୀ ହେବାରେ ଲାଗିଛି ୟୁକ୍ରେନ । ଏପଟେ ଋଷ ଗୋଟିଏ ପରେ ଗୋଟିଏ ସହର କବଜା କରୁଥିବା ଦାବି କରୁଥିବା ବେଳେ ସେପଟେ ୫୦ ଋଷୀୟ ସେନାଙ୍କୁ ମାରିଥିବା ୟୁକ୍ରେନ ସେନା ପକ୍ଷରୁ ଦାବି କରାଯାଇଛି । ସେହିପରି କ୍ରାମଟୋର୍ସକ ଅଞ୍ଚଳରେ ୬ଟି ଋଷୀୟ ବାୟୁସେନା ଯୁଦ୍ଧଜାହଜକୁ ଖସେଇ ଦେଇଥିବା ୟୁକ୍ରେନ ଦାବି କରିଛି ।
ତେବେ ଋଷିଆର ଜଏଣ୍ଟ ଫୋର୍ସ କମାଣ୍ଡୋର ୫୦ ଜଣ ସୈନ୍ୟ ମରିଥିବା ଦାବି କରିଛି ୟୁକ୍ରେନ । ଅନ୍ୟପଟେ ଆଉ ଏକ ବିସ୍ଫୋରଣ ପୂର୍ବ ୟୁକ୍ରେନର ଡୋନେଟସ୍କ୍ ଅଞ୍ଚଳର ମାରିଉପୋଲ ଏୟାରପୋର୍ଟରେ ହୋଇଛି । ଏହା ପୂର୍ବ ୟୁକ୍ରେନର ଡୋନେଟସ୍କ୍ର ସବୁଠୁ ବଡ ସହର ହୋଇଥିବା ବେଳେ ଋୁଷର ଆକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି ।