ଓଡିଶା

odisha

ETV Bharat / international

ୟୁକେରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ନେଇପାରେ 1 ଲକ୍ଷ 20 ହଜାର ଜୀବନ - ୟୁକେରେ ଦ୍ବିତୀୟ ପର୍ଯ୍ୟାୟ କୋରୋନା ସଂକ୍ରମଣ

ଏକ ରିସର୍ଚ୍ଚ ଅନୁସାରେ ଏବେ ବ୍ରିଟେନରେ ଦେଖାଦେଇଥିବା ପରିସ୍ଥିତି ଯଦି ଜାରି ରୁହେ ତେବେ ଏହା ଭୟଙ୍କର ସମସ୍ୟା ଆଣିବାକୁ ଯାଉଛି । ଆଗାମୀ ଶୀତ ଋତୁରେ କୋରୋନା ମହାମାରୀ ପ୍ରଥମ ପର୍ଯ୍ୟାୟଠାରୁ ଅଧିକ ଭୟାବହ ହେବ । ଅଧିକ ପଢନ୍ତୁ...

ୟୁକେରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ନେଇପାରେ 1 ଲକ୍ଷ 20 ହଜାର ଜୀବନ
ୟୁକେରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ନେଇପାରେ 1 ଲକ୍ଷ 20 ହଜାର ଜୀବନ

By

Published : Jul 16, 2020, 7:30 AM IST

ଲଣ୍ଡନ: ବ୍ରିଟେନରେ ପୁଣି କୋରୋନା ସଂକ୍ରମଣର ଡର ଦେଖାଦେଇଛି । ପରିସ୍ଥିତିରେ ସାମାନ୍ୟ ସୁଧାର ପରେ କଟକଣା କୋହଳ କରିଥିଲେ ୟୁକେ ସରକାର । ଯାହା ବୁମେରାଂ ପାଲଟିବା ସହ ବର୍ତ୍ତମାନ ଅଧିକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ବୈଜ୍ଞାନିକମାନେ ସରକାରଙ୍କୁ ସତର୍କ କରିଛନ୍ତି ।

ଏକ ରିସର୍ଚ୍ଚ ଅନୁସାରେ ଏବେ ବ୍ରିଟେନରେ ଦେଖାଦେଇଥିବା ପରିସ୍ଥିତି ଯଦି ଜାରି ରୁହେ ତେବେ ଏହା ଭୟଙ୍କର ସମସ୍ୟା ଆଣିବାକୁ ଯାଉଛି । ଆଗାମୀ ଶୀତ ଋତୁରେ କୋରୋନା ମହାମାରୀ ପ୍ରଥମ ପର୍ଯ୍ୟାୟଠାରୁ ଅଧିକ ଭୟାବହ ହେବ । ଦେଶରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଦେଖାଦେଇଥିବାବେଳେ ଏହା ଚଳିତ ଶୀତ ଋତୁରେ ଲକ୍ଷାଧିକ ଲୋକଙ୍କୁ ମୃତ୍ୟୁମୁଖକୁ ଟାଣିନେବ ବୋଲି ରିସର୍ଚ୍ଚର ସତର୍କ କରିଛନ୍ତି । ଏମାନଙ୍କ ଅନୁସାରେ କେବଳ ହସ୍ପିଟାଲରେ 1 ଲକ୍ଷ 20 ହଜାର ଲୋକଙ୍କର ମୃତ୍ୟୁ ହେବ ବୋଲି ଅନୁମାନ କରାଯାଉଛି ।

ଏକାଡେମୀ ଅଫ୍ ମେଡିକାଲ ସାଇନ୍ସ ରିପୋର୍ଟ ଅନୁସାରେ ସରକାର ତୁରନ୍ତ ଉପଯୁକ୍ତ ପଦକ୍ଷେପ ନ ନେଲେ ବ୍ରିଟେନରେ କୋରୋନା ସଂକ୍ରମଣର ଦ୍ବିତୀୟ ପର୍ଯ୍ୟାୟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିବ । ବର୍ତ୍ତମାନ ହସ୍ପିଟାଲରେ ଫ୍ଲୁ ରୋଗୀ ଭର୍ତ୍ତି ହେବାରେ ଲାଗିଛନ୍ତି । ଫଳରେ କୋରୋନାରେ ଅଧିକ ସଂକ୍ରମଣ ହେବାର ଆଶଙ୍କା ଦେଖାଦେଇଛି । ଏହି ରିସର୍ଚ୍ଚ ଅନୁସାରେ ଏବର୍ଷ ସେପ୍ଟେମ୍ବରରୁ ଆଗାମୀ ବର୍ଷ ଜୁନ୍ ଭିତରେ କୋରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣରେ ପ୍ରାୟ 1 ଲକ୍ଷ 20 ହଜାର ଲୋକଙ୍କର ମୃତ୍ୟୁ ହେବ ।

ତେବେ ଏହା କେବଳ ହସ୍ପିଟାଲରେ ଆକଳନ ହୋଇଛି । ହୋମ୍ କ୍ବାରେଣ୍ଟାଇନ ଅବା ଘରେ, କେୟାର ହୋମ୍, କମ୍ୟୁନିଟିରେ ମୃତ୍ୟୁ ସଂଖ୍ୟା ମିଶାଇଲେ ଏହା ଆହୁରି ଅଧିକ ହେବ ବୋଲି ଆଶଙ୍କା ରହିଛି । ପ୍ରଥମ ପର୍ଯ୍ୟାୟ କୋରୋନା ସଂକ୍ରମଣରେ ବ୍ରିଟେନ ଏବେ ଯାଏଁ 45 ହଜାର ମୃତ୍ୟୁ ଦେଖିସାରିଛି । ଏହା ବିଶ୍ବରେ ତୃତୀୟ ଏବଂ ୟୁରୋପରେ ସର୍ବାଧିକ । ଆଗାମୀ ଦିନରେ କେତେ ଲୋକ ସଂକ୍ରମଣ ହେବେ ଏହା ଉପରେ ଆଧାରିତ ଏକ ତଥ୍ୟ ଅନୁସାରେ ଏହି ଆକଳନ କରାଯାଇଛି । ବୈଜ୍ଞାନିକଙ୍କ ଅନୁସାରେ ଆଗାମୀ ସେପ୍ଟେମ୍ବରରୁ କୋରୋନାର ଦ୍ବିତୀୟ ପର୍ଯ୍ୟାୟ ମୃତ୍ୟୁ ତୀବ୍ର ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହା ଲୋକଙ୍କୁ ଡରାଇବା ପାଇଁ ନୁହେଁ ବରଂ ଏକ ଅନୁମାନ ଯାହା ସତ ହୋଇପାରେ ବୋଲି ରିସର୍ଚ୍ଚର କହିଛନ୍ତି ।

ABOUT THE AUTHOR

...view details