ନୂଆଦିଲ୍ଲୀ:ଥମିବ କି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ମହାଯୁଦ୍ଧ ! ତେବେ ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆଜି ୧୪ଦିନ ପୂରିଛି । ଏଥିସହ ବେଲାରୁଷରେ ୩ଥର ଋଷ ଓ ୟୁକ୍ରନ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ଆଲୋଚନା ବିଫଳ ହୋଇଛି ।
ସେହିପରି ଯୁଦ୍ଧ ଥମିବା ନେଇ ଆଶ ପ୍ରକଟ କରିଛି ଋଷ । ଆଜି ଯୁଦ୍ଧରେ ବିରତି ହେବା ନେଇ କୁହାଯାଇଛି । ଏଥିସହ ଆମେ ୟୁକ୍ରେନ ସହ କଥା ବାର୍ତ୍ତା ଜାରି ରହିଛି ବୋଲି ଋଷ କହିଛି । ଏହାସହିତ ଋଷ କହିଛି, ୟୁକ୍ରେନ ରାଷ୍ଟ୍ରପତି ଆମ ସର୍ତ୍ତ ମାନିଲେ ଆମେ, ସରକାର ବଦଳାଇବୁ ନାହିଁ । ଏପଟେ ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି, ଆଉ ନାଟୋରେ ମିଶିବୁ ନାହିଁ । ଦେଶର ସୁରକ୍ଷା ପାଇଁ କାହା ଆଗରେ ଆଣ୍ଠୁମାଡି ବସିବି ନାହିଁ । ତେବେ ଆମେ ଋଷ ସର୍ତ୍ତ ମାନିବାକୁ ଆଲୋଚନା ଆରମ୍ଭ କରିଛୁ ।
ସେହିଭଳି ଏହା ଦ୍ବାର ଯୁଦ୍ଧ ଥମିବା ନେଇ ଏହି ଆଲୋଚନାରେ କିଛି ଅଗ୍ରଗତି ହୋଇଛି ବୋଲି ଋଷ ପକ୍ଷରୁ କୁହାଯାଇଛି । ଆମେ ୟୁକ୍ରେନ ସରକାର ଭାଙ୍ଗିବାକୁ ଚାହୁଁ ନାହୁଁ ତଥା ଗାଦିଚ୍ୟୁତ୍ କରିବା ଆମର ଲକ୍ଷ୍ୟ ନୁହେଁ ବୋଲି ଋଷ କହିଛି ।