କିଭ୍: ୟୁକ୍ରେନର ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟକୁ କବ୍ଜା କଲା ଋଷ । ଆଜି(ଶୁକ୍ରବାର) ସକାଳେ ଆକ୍ରମଣ ପରେ ଏବେ ଋଷ ସେନା ଜାପୋରିଝରିଆ ନିକଟରେ ଥିବା ୟୁରୋପର ସର୍ବବୃହତ୍ ପରମାଣୁ ପ୍ଲାଣ୍ଟକୁ ନିଜ କବ୍ଜାକୁ ନେଇଛି(Russian military forces seized Zaporizhzhia nuclear power plant) । ଏନେଇ ଖବର ସରବରାହ ସଂସ୍ଥା ରଏଟର୍ସ ସୂଚନା ଦେଇଛି ।
ୟୁକ୍ରେନ ପରମାଣୁ ପ୍ଲାଣ୍ଟକୁ କବ୍ଜା କଲା ଋଷ - ପରମାଣୁ ପ୍ଲାଣ୍ଟକୁ କବ୍ଜା କଲା ଋଷିଆ
ୟୁକ୍ରେନର ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟକୁ କବ୍ଜା କଲା ଋଷ । ଆଜି(ଶୁକ୍ରବାର) ସକାଳେ କରିଥିଲା ଆକ୍ରମଣ । ଅଧିକ ପଢନ୍ତୁ
ୟୁକ୍ରେନ ପରମାଣୁ ପ୍ଲାଣ୍ଟକୁ କବ୍ଜା କଲା ଋଷିଆ
ଆଜି ସକାଳେ ୟୁରୋପର ସର୍ବବୃହତ୍ ପରମାଣୁ ପ୍ଲାଣ୍ଟରେ ଋଷ ସେନା ଆକ୍ରମଣ କରିଥିଲା । ବୋମା ମାଡ ଯୋଗୁଁ ପରମାଣୁ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା । ଋଷୀୟ ସେନା ପ୍ଲାଣ୍ଟର ଚାରିପଟୁ ଘନ ଘନ ଗୁଳିମାଡ କରିଥିଲେ । ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଉପରେ ତୁରନ୍ତ ଆକ୍ରମଣ ବନ୍ଦ କରିବା ପାଇଁ ୟୁକ୍ରେନ ଋଷକୁ ଚେତାବନୀ ଦେଇଥିଲା । ନଚେତ୍ ପ୍ଲାଣ୍ଟରେ ବିସ୍ଫୋରଣ ହେଲେ ସ୍ଥିତି ଭୟଙ୍କର ହେବ ବୋଲି କୁହାଯାଇଥିଲା । ଆକ୍ରମଣ ପରେ ଏବେ ଋଷ ପରମାଣୁ ପ୍ଲାଣ୍ଟକୁ ନିଜ ଅକ୍ତିଆରକୁ ନେଇଥିବାର ସୂଚନା ମିଳିଛି ।