ଓଡିଶା

odisha

ETV Bharat / international

Ukraine War: ଖାରକିଭରେ ଋଷ ସେନା, ବେଲାରୁଷରେ ଆଲୋଚନା ପ୍ରସ୍ତାବକୁ ଜେଲେନସ୍କିଙ୍କ ପ୍ରତ୍ୟାଖ୍ୟାନ - ଖାରକିଭ ଦଖଲ ଲକ୍ଷ୍ୟରେ ଋଷିଆ ସେନା

ଖାରକିଭକୁ ଦଖଲ କରିବାକୁ ଋଷ ସେନାର ଜୋରଦାର ପ୍ରୟାସ ଆରମ୍ଭ । ଏପଟେ କ୍ରେଲିନର ଅଫରକୁ ପ୍ରତ୍ୟାଖ୍ୟାନ କଲେ ୟୁକ୍ରେନ ରାଷ୍ଟ୍ରପତି । ବେଲାରୁଷରେ ଆଲୋଚନା ପାଇଁ ୟୁକ୍ରେନକୁ ପ୍ରସ୍ତାବ ଦେଇଥିବା କ୍ରେଲିନ । ଅଧିକ ପଢନ୍ତୁ

Russia Ukraine War: ଖାରକିଭରେ ଋଷ ସେନା
Russia Ukraine War: ଖାରକିଭରେ ଋଷ ସେନା

By

Published : Feb 27, 2022, 2:03 PM IST

ନୂଆଦିଲ୍ଲୀ: ଖାରକିଭକୁ ଦଖଲ କରିବାକୁ ଋଷିଆ ସେନାର ଜୋରଦାର ପ୍ରୟାସ ଆରମ୍ଭ । ୟୁକ୍ରେନର ଦ୍ବିତୀୟ ବଡ ସହର ଖାରକିଭକୁ ନିଜ ଅକ୍ତିଆରକୁ ନେବା ପାଇଁ ଋଷ ସେନାର ଘମାଘୋଟ ଲଢେଇ ଜାରି । ତେବେ ଦୁଇ ପକ୍ଷ ସେନାବାହିନୀ ପକ୍ଷରୁ ଯୁଦ୍ଧ ଜାରି ରହିଛି । ଏପଟେ ଋଷ ସେନାରୁ ବାଟବଣା କରିବା ପାଇଁ ୟୁକ୍ରେନ ନାଗରିକ ରାସ୍ତାକଡରେ ଲାଗିଥିବା ସାଇନବୋର୍ଡ ହଟାଉଥିବା ବେଳେ ୟୁକ୍ରେନର ବିଦ୍ରୋହୀ ଗୋଷ୍ଠୀ ଋଷ ସେନାକୁ ସହଯୋଗ କରୁଛନ୍ତି ।

ଏନେଇ ୟୁକ୍ରେନର ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ସୂଚାନା ପ୍ରଦାନ କରାଯାଇଛି । ତେବେ ପୂର୍ବରୁ ଋଷୀୟ ସେନା ୟୁକ୍ରେନ ମାରିଓପୁଲ ସହ ଅନ୍ୟ ସହରକୁ ନିଜ ଅକ୍ତିଆରକୁ ନେଇ ସାରିଛି ।

ଏପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ବେଲାରୁସରେ ଆଲୋଚନା ପାଇଁ କ୍ରେଲିନର ଅଫରକୁ ଏଡାଇ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details