ଲଣ୍ଡନ: ବିଶ୍ବରେ ନିଜ ପଶ୍ଚିମାଞ୍ଚଳରେ ଥିବା ରାଷ୍ଟ୍ରମାନଙ୍କ ମଧ୍ୟରେ ୟୁକେକୁ ନିଜ ଟପ୍ ଟାର୍ଗେଟ ବୋଲି ଭାବୁଛି ଋଷିଆ । ଏନେଇ ୟୁକେ ସରକାରୀ ଇଣ୍ଟେଲିଜେନ୍ସ ଓ ସୁରକ୍ଷା କମିଟି(ଆଇଏସସି) ଦ୍ବାରା ପ୍ରକାଶିତ ରିପୋର୍ଟରେ ସୂଚନା ଦିଆଯାଇଛି । ଲଣ୍ଡନସ୍ଥିତ ଏହି କମିଟିର ମୁଖ୍ୟ କାର୍ଯ୍ୟ ହେଉଛି ବିଭିନ୍ନ ଦିଗ ଯଥା ଅପପ୍ରଚାର କ୍ୟାମ୍ପେନିଂ, ସାଇବର ଆକ୍ରମଣ ଯୋଜନା ଓ ଋଷିଆ ନାଗରିକଙ୍କ ୟୁକେର ରହଣୀ ଉପରେ ଅଧ୍ୟୟନ ଓ ଆଲୋଚନା କରିବା ।
ଏମିତିରେ ଋଷିଆ ୟୁକେକୁ ନିଜ ଟପ୍ ଟାର୍ଗେଟ ଚିନ୍ତା କରୁଥିବା ତଥ୍ୟ ପ୍ରକାଶ କରିଛି କମିଟି । ହେଲେ ଏହା ପଛରେ ବାସ୍ତବ କାରଣକୁ କମିଟି ସ୍ପଷ୍ଟ କରିନାହିଁ । ଏହା ପଛରେ ଉଦ୍ଦେଶ୍ୟ ହେଉଛି ଥରେ ଋଷିଆ ବିରୋଧରେ କୌଣସି ତଥ୍ୟ ପ୍ରକାଶିତ ହେବା ମାତ୍ରେ ଋଷିଆ ଏହାକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରି ୟୁକେ ଉପରେ ପ୍ରତିଶୋଧ ପରାୟଣ ହୋଇପାରେ । ତେଣୁ ଏହି ତଥ୍ୟ ପଛରେ ବାସ୍ତବ କାରଣ ଓ ଅତି ସମ୍ବେଦନଶୀଳ ତଥ୍ୟକୁ କମ୍ପାନୀ ଗୁପ୍ତ ରଖିଥିବା ପ୍ରକାଶ କରିଛି ।