ହାଇଦ୍ରାବାଦ: ୟୁକ୍ରେନ ବିରୋଧରେ ସ୍ବେଚ୍ଛାକୃତ ଭାବେ ଋଷ ସେନାରେ ଯୋଗ ଦେବାକୁ ଚାହୁଁଥିବା ଇଚ୍ଛୁକଙ୍କୁ ଅନୁମୋଦନ ଦେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଏଥିସହ ମଧ୍ୟ ପୂର୍ବ ଦେଶ ଓ ଏହାର ଆଖପାଖ ଦେଶର ନାଗରିକ ସ୍ବେଚ୍ଛାକୃତ ଭାବେ ଋଷ ସେନାରେ ଯୋଗ ଦେବା ଲାଗି ପୁଟିନ ଆହ୍ବାନ ଦେଇଛନ୍ତି । ତେବେ ୟକ୍ରେନକୁ ସାମରିକ ସହାୟତା ଠାରୁ ଆରମ୍ଭ କରି ଆର୍ଥିକ, ମାନବୀୟ ସାହଯ୍ୟ ବିଭିନ୍ନ ଦେଶରୁ ମିଳୁଥିବା ବେଳେ ଋଷର ଏହି ପଦକ୍ଷେପ ଯୁଦ୍ଧକୁ ଆହୁରି ଶାଣିତ କରିବ ।
ସେହିପରି ଋଷ ଜାରି କରିଥିବା ଏହି ବିବୃତି ଯୁ୍ଦ୍ଧକୁ ପ୍ରଶମିତ କରିବା ପରିବର୍ତ୍ତେ ଅଧିକ ଭୟଙ୍କର ହେବାକୁ ଲାଗିଛି । ତେବେ ଯେଉଁ ଯୋଦ୍ଧା ସିରିଆର ଇସାଲମିକ୍ ଷ୍ଟେଟ୍ ଗ୍ରୁପ୍ ବିରୋଧରେ ଲଢୁଛନ୍ତି ସେମାନେ ଏହି ଯୁଦ୍ଧରେ ଋଷ ସପକ୍ଷରେ ଯୋଗଦେବା ପାଇଁ ଆହ୍ବାନ ଦେଇଛନ୍ତି ପୁଟିନ୍ । ଏପଟେ ଋଷ ଓ ୟୁ୍କ୍ରେନ ମଧ୍ୟରେ ଜାରି ମହାଯୁ୍ଦ୍ଧକୁ ଆଜି ୧୬ ଦିନ ପୁରିଛି ।