ଓଡିଶା

odisha

ETV Bharat / international

କୋରୋନା କୋପ: ବିଶ୍ବରେ ମୃତ୍ୟୁସଂଖ୍ୟା 9ହଜାର ପାର, ଋଷରେ ପ୍ରଥମ ମୃତ୍ୟୁ

ରିପୋର୍ଟ ଅନୁଯାୟୀ କୋରୋନା ଭାଇରସ୍ ମହାମାରୀ ସମଗ୍ର ବିଶ୍ବରେ 9,000 ରୁ ଅଧିକ ଲୋକଙ୍କ ପ୍ରାଣ ନେଇଛି । ଅନ୍ୟପଟେ ଋଷରେ ଗୁରୁବାର ପ୍ରଥମ କୋରୋନା ଭାଇରସ ମୃତ୍ୟୁ ରିପୋର୍ଟ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

By

Published : Mar 19, 2020, 6:55 PM IST

ଫାଇଲ ଫଟୋ
ଫାଇଲ ଫଟୋ

ମସ୍କୋ: ଚୀନର ଉହାନ ଜନ୍ମିତ କୋରୋନା ଏବେ ବିଶ୍ବବାସୀଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ଭାବେ ଉଭା ହୋଇଛି । କୋରୋନା ପ୍ରକୋପରେ ଜନଜୀବନ ଏକପ୍ରକାର ସ୍ଥିର ଓ ସ୍ଥାଣୁ ପାଲଟିଯିବା ଉପରେ ପହଞ୍ଚିଲାଣି । କୋରୋନା ବିସ୍ତାର ବ୍ୟାପକ ହେବାରେ ଲାଗିଛି । ବିଶ୍ବବାପୀ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଏଥି ସମେତ ଅନେକ ରାଷ୍ଟ୍ରରେ କୋରୋନା ନୂତନ ଭାବେ ଚିହ୍ନଟ ହେଉଛି ତ କେଉଁଠି କୋରୋନା ଜନିତ ପ୍ରଥମ ମୃତ୍ୟୁ ରିପୋର୍ଟ ସାମ୍ନାକୁ ଆସୁଛି । ଏପରିସ୍ଥଳେ ରୁଷରେ ଗୁରୁବାର କୋରନାରେ ଜଣେ ମହିଳାଙ୍କ ମୃତ୍ୟୁ ରିପୋର୍ଟ ସାମ୍ନାକୁ ଆସିଛି । ଏହା ଦେଶର ପ୍ରଥମ ମୃତ୍ୟୁ ରିପୋର୍ଟ ।

ରିପୋର୍ଟ ଅନୁଯାୟୀ କୋରୋନା ଭାଇରସ୍ ମହାମାରୀ ସମଗ୍ର ବିଶ୍ବରେ 9,000 ରୁ ଅଧିକ ଲୋକଙ୍କ ପ୍ରାଣ ନେଇଛି । ୟୁରୋପରେ 4,134 ଏବଂ ଏସିଆରେ 3,416 ମୃତ୍ୟୁ ରିପୋର୍ଟ ରହିଛି । ଯେଉଁଠାରେ ଡିସେମ୍ବର ମାସରେ ଚାଇନାରେ ଏହି ରୋଗ ପ୍ରଥମେ ଦେଖା ଦେଇଥିଲା ଏବେ ବିଶ୍ବର 170ରୁ ଉର୍ଦ୍ଧ୍ବ ଦେଶକୁ ବ୍ୟାପିଛି କୋରୋନା । ଗତ 24 ଘଣ୍ଟା ମଧ୍ୟରେ 712 ଅଧିକ ମୃତ୍ୟୁ ଏବଂ ମୋଟ 90,293 ମାମଲା ଆସିଛି । ସେହିପରି ୟୁରୋପରେ ବର୍ତ୍ତମାନ COVID-19 ଦ୍ରୁତ ଗତିରେ ବିସ୍ତାର କରୁଛି ।

ଋଷରେ ଗୁରୁବାର ପ୍ରଥମ କୋରୋନା ଭାଇରସ ମୃତ୍ୟୁ ରିପୋର୍ଟ ସାମ୍ନାକୁ ଆସିଛି । ମସ୍କୋରେ ଜଣେ ଅଜ୍ଞାତ 79 ବର୍ଷ ବୟସ୍କା ମହିଳାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ରହିଥିଲା ପରେ ଏହା କୋରୋନା ପଜେଟିଭ ପରେ ସେ ନିମୋନିଆରେ ପ୍ରାଣ ହରାଇଛନ୍ତି । ଦେଶରେ ବିଦେଶୀମାନଙ୍କ ପ୍ରବେଶକୁ ସାମୟିକ ଭାବେ ବାରଣ କରିଥିବା ଏବଂ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଥିବା ରଷରେ ଏପର୍ଯ୍ୟନ୍ତ 147 କୋରୋନାଭାଇରସ୍ ମାମଲା ରିପୋର୍ଟ ହୋଇଛି ।

ABOUT THE AUTHOR

...view details